STORYMIRROR

Supriya Samal

Classics

3  

Supriya Samal

Classics

ହେ ଜହ୍ନ

ହେ ଜହ୍ନ

1 min
197

ହେ ଜହ୍ନ ଏତିକି କହ

ସେ ତତେ ଦେଖି କଣ 

ମୋ କଥା ଭାବେ 

କଣ ସେ ମୋ ପରି

ମୋ ଭାବ ସବୁ

ତୋ ଆଗରେ କୁହେ ।


ହେ ଜହ୍ନ ବାସ ଏତିକି ଜଣା

ଭାଳେନି ସେ ଆମ ପ୍ରିୟ 

ସବୁ ସ୍ମୃତି କଥା

ଦେଖି ମୋର ଛାୟାଚିତ୍ର

ନୁଁଏ କି ତାର ମଥା ।


ଉକ୍ତି ଦେ ମୋ ପ୍ରିୟ ଜହ୍ନ

ନିଶି ରେ ଥାଇ ଦେଖୁ

ଆମ ଦୁହିଁଙ୍କୁ

କହ ଆମ ମଧ୍ୟେ ଦୂରତା କେତେ ।


ଜାଣିଛି ଉତ୍ତର ନାହିଁ ତୋ ପାଖରେ

ତୁ ପଥ ର ଦୂରତା କହିବୁ

ଦୁହେଁ ଦୁହିଁଙ୍କର କେତେ ଅଭ୍ୟନ୍ତର

ତୁ କେଉଁଥିରେ ମାପି କହିବୁ ।


ଦୂରତା କୌଣସି ନାହିଁ ହେ ଅନ୍ତରେ

ସବୁଠୁ ଘନିଷ୍ଠ ଆମେ

ଦୂରରୁ ଥାଇ ଆମକୁ ଦେଖି

ଦୁହିଁଙ୍କୁ ଦୁହିଁଙ୍କ

ବାର୍ତ୍ତା ପଠାଓ ତୁମେ ।


Rate this content
Log in

Similar oriya poem from Classics