ସରଗପୁର
ସରଗପୁର
ନୀଳ ଆକାଶର ବିହଙ୍ଗ ଟେ ହେଇ
ଉଡ଼ନ୍ତି କୂଳ କୁ କୂଳ
କାହିଁ କେତେ ଦୂର ସ୍ବପ୍ନ ର ସହର
ଦେଖିବାକୁ ମୁଁ ବ୍ୟାକୁଳ ।
ସପ୍ତ ରଙ୍ଗ ଇନ୍ଦ୍ରଧନୁ ର ଶିଡ଼ି ରେ
ଯାଆନ୍ତି ସରଗପୁର
ସେଠାକୁ ମୁଁ ଯାଇ ବୁଲି ଯେ ଆସନ୍ତି
ଜହ୍ନ ମାମୁଁ ର ନଅର ।
ପାରିଜାତ ପୁଷ୍ପ ଦେଖି ମୁଁ ଫେରନ୍ତି
ହୋଇ ବହୁ ଆନନ୍ଦିତ
ଏରାବତ ହସ୍ତୀ ପିଠି ରେ ବୁଲନ୍ତି
ସ୍ବପ୍ନ ହେବ ସବୁ ସତ ।
ଟିକି ତାରା ହସି ସ୍ୱାଗତ ଜାଣନ୍ତି
ଧନ୍ୟା ମୋହର ଜୀବନ
ଘନ ବାଦଲ ର ବରଷା ଟୋପା ରେ
ଫେରନ୍ତି ମୁଁ ମୋର ଘର |
