Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Dash

Classics

4  

Sagarika Dash

Classics

କେତକୀ

କେତକୀ

1 min
4



ଲୋ କେତକୀ ରୂପ ତୋର ଚାରୁ ଚାତକୀ

ଶିରରୁ ମସ୍ତକ ଶୁସୋଭିତ ଶିବ

ତଥାପି ନିଅଣ୍ଟ ଥାଇ ଦୁଦୁରା,ଅରଖ 

ଗ ଇଶ, ଅପରାଜିତା ଭବ।.......୧ 


ମହାଶିବରାତ୍ରୀ ତୋ ପାଇଁ ଲାଗିଛି

ମନ୍ଦିର ମାଳିନୀ ବାସ ଚହଟୁଛି

ବ୍ରହ୍ମା ଙ୍କ ଅଭିଶାପେ ଅପୂଜା ରହିଲୁ

ବରଷକେ ଥରେ ପୂଜା ତୁ ପାଇଲୁ।.....୨ 


ମହା ଜାଗରରେ,ମହା ଜାଗରଣ

ତୋତେ ପାଇବାକୁ ସଭି ଜନ ଗଣ

ସତ୍ୟ ତୋର ଥିଲା ବଚନ

ଜାଗର ଉପବାସେ

ହେଲୁ ତୁ ମହାନ।......୩ 


ବ୍ରହ୍ମା ଆବାହନେ ଧରିତ୍ରୀ ରେ ଜଜ୍ଞ

ପୂଜା ପାଇଥାନ୍ତି ଏକା ସେହିଦିନ

ମହାଦେବ ଙ୍କ ଅଭିଶାପ ପାଇ

ବ୍ରହ୍ମା ରହିଗଲେ ଅପୂଜା ହୋଇ ।.........୪ 


ସତ୍ୟ ପଥେ ଧର୍ମ ପଥେ, ନ୍ୟାୟ ପଥେ ଯିଏ ଯାଏ

ଯୁଗେ ଯୁଗେ ସେହି ପୂଜ୍ୟ ହୋଇଥାଏ

ସ୍ମୃତି ହୋଇ ଚିର ଗାଏ।.........୫ 


ଆତ୍ମା ସହିତ ପରମାତ୍ମା ଙ୍କ ଯୁକ୍ତ

କରାଇଥାନ୍ତି ସାଧୁ

ଜୀବନ ଯାତକେ ଯେତେ ସମ୍ପର୍କ ଟି

ସାଧୁ ସନ୍ଥ ପରା ଭାବୁ ।........୬ 


ଜ୍ଞାନ ର ଭଣ୍ଡାର ଅସୀମ ସାଗର

ବକ୍ଷେ ବୋହିଥାନ୍ତି ଶୁଦ୍ଧି

ଗୋଟିଏ କଣିକା,କୋଟିଏ ଆଶୀର୍ବାଦ

ସନ୍ତୋଷ ରେ ଗ୍ରହଣ ପ୍ରାପ୍ତି।......୭ 


ସତ୍ୟ ବଚନରେ କେତକୀ ମହାନ 

ସମାଜ କୁ ଏହି ବାର୍ତ୍ତା

ମିଥ୍ୟା ବଚନରେ ପାପ ପରା ଲାଗେ

ପୂଣ୍ୟ କାର୍ଯ୍ୟେ ଚେତାଇ କର୍ତ୍ତା।.......୮ 


ପଞ୍ଚଭୂତ ରୁ ଆବିର୍ଭାବ ପଞ୍ଚଭୂତ ରେ ଲୀନ

ପଞ୍ଚ ଇନ୍ଦ୍ରିୟ ରେ ବଶୀଭୂତ

ଇନ୍ଦ୍ରିୟ ସୁଖ ମୂହୁର୍ତ୍ତ କ ପାଇଁ

ସାଧୁଜନେ ଏଥିରୁ ହୁଅ ବହିର୍ଭୁତ।.......୯ 


ଆତ୍ମା ର ମିଳନ ପରମାତ୍ମା ଙ୍କ ପାଶେ

ନାମ ,ଜଜ୍ଞ ସଂକୀର୍ତ୍ତନ

ମାଧ୍ୟମ ଏହି ଯେ କହେ ଶାସ୍ତ୍ର ମତ

ଆସ ମିଶି ଯିବା ଆସ ହଜିଯିବା

ଯେତେ ସବୁ ଶୁଦ୍ଧି ବନ୍ତ ।.......୧୦


Rate this content
Log in