STORYMIRROR

DEEPAK KUMAR PATRA

Classics

3  

DEEPAK KUMAR PATRA

Classics

ବିଚିତ୍ର ଏ ଶୀତରାତି

ବିଚିତ୍ର ଏ ଶୀତରାତି

1 min
130


ଏ ରାତି,

ଏ ରାତି ହିଁ ଜାଣେ

ଜୀବନର ଉଠାଣି ଗଡାଣିକୁ

ପୁଣି ଏ ରାତି ହିଁ ବୁଝେ

ମନର ଶାନ୍ତ ଓ ଚଞ୍ଚଳତାକୁ ।

ଏ ରାତି ହିଁ ଚିହ୍ନିଛି 

ପ୍ରେମକୁ କିଏ ସେ 

ତା ଆଖି ଲୁହକୁ ଓଠରେ ପିଇଛି

ଆଉ କିଏ ନିଶ୍ଚିନ୍ତ ହୋଇ ସ୍ୱପ୍ନ ସଜାଡୁଛି ।

ଏ ରାତି ହିଁ ଶିଖେଇଛି 

କେତେ ଆଶା ଆଉ ନିରାଶାର 

ଘମାଘୋଟ ଅନ୍ଧକାରେ ରାସ୍ତା କିପରି ମିଳିଛି 

ପୁଣି ଏଇ ରାତି ହିଁ ଜଣେଇଛି ଯେ

ଜଣେ କିପରି ଲାଇଟ୍ ଆଲୁଅର 

ସାମାନ୍ୟ ଅନ୍ଧକାରେ ବି ପଥ ହଜେଇଛି ।

ଏଇ ରାତି ହିଁ ଦେଖିଛି

ଜଣେ ପ୍ରେମ କରି ଉତଫୁଲ୍ଲିତ ହୋଇ 

ଇନ୍ଦ୍ର କୁ ଚନ୍ଦ୍ର ମଣିଛି

ଆଉ ଏଇ ରାତି ହିଁ ଜାଣିଛି ଯେ

ଜଣେ ପ୍ରତାରଣାର ନିଆଁରେ କିପରି ଦଗ୍ଧ ହେଉଛି।

ଏଇ ରାତି କେବେ କାହା ପାଇଁ

ସୁଖ ମେଲିଦେଇଛି

ତ ପୁଣି ଆଉ କାହା ପାଇଁ

ଦୁଃଖର ଜୁଆର ଆଣୁଛି।

ଏଇ ରାତି ପୁଣି କେବେ 

ଅସହ୍ୟ ଯନ୍ତ୍ରଣାରେ ଜିଇଁବା ଶିଖେଇଛି

ପୁଣି କେବେ ଖୁସିରେ ପକ୍ଷ ବାହାରକରି

ଉଡିବାର ଦେଖିଛି 

ଏଇ ରାତି ଯେ ସତେ ସହଚରୀ ସାଜିଛି

କେତେବେଳେ ମାୟା ତ କେତେବେଳେ ଛାୟା ହୋଇ

ବିଚିତ୍ର କୁହୁକ ବୁଣୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics