STORYMIRROR

Subhalaxmi Nayak

Classics

3  

Subhalaxmi Nayak

Classics

ପ୍ରକୃତି କୋଳରେ

ପ୍ରକୃତି କୋଳରେ

1 min
269

ସମାନ୍ତରାଳ ନଦୀର ଦୁଇ ଧାରେ

ଯେବେ କାଶତଣ୍ଡୀ ଶରତେ ଖେଳେ

ଧବଳ ବସନ ମଣ୍ଡିତ ଶୋଭାବନେ

ଶାରଦୀୟ ମହୋତ୍ସବ ପାଳନ୍ତି ସକଳେ।


ନିର୍ମଳ ଚଉଦିଗ ମହକାଇ ଧୂପଦୀପ

ଦେବୀ ଆବାହନେ ଉତ୍-ଫୁଲ୍ଲିତ ମହାଦ୍ୱୀପ

ଘଣ୍ଟ ଘଣ୍ଟା କାହାଳୀର ତାଳେ ତାଳେ

ଝୁମି ଉଠେ ପରିବେଶ ଉପବନରେ।


ଭକ୍ତି ଭାବେ କରି ସୁଶୋଭିତ

ପୁଷ୍ପ ବୃଷ୍ଟି ହୁଅଇ ସର୍ବତ୍ର

ଶ୍ରାବଣର ଅବାରିତ ଧାରା ଅନ୍ତେ

ବନ ବନେ ହୋଇଥାଏ ନବପଲ୍ଲବିତ।


ପତ୍ରଝଡ଼ା ଦିଏ ଶରତ ଆଗମନେ 

ଶୀତଳ ଶୀତରେ କାକର ବିଧୌତା

ପ୍ରସ୍ଫୁଟିତ ବ୍ରହ୍ମକମଳ ଶିଶିରେ ସଦ୍ୟସ୍ନାତା।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics