ଗ୍ରୀଷ୍ମ ଦିପହର
ଗ୍ରୀଷ୍ମ ଦିପହର
ଆସିଗଲା ଟାଣ ଖରା,
ଖଇ ଫୁଟା ଅପରାହ୍ନ ,
ରାସ୍ତାଘାଟ ପାଲଟି ଲାଣି,
ନିର୍ଜନ ଜନ ଜୀବନ ।
ସକାଳେ ସନ୍ଧ୍ୟା ବେଳେ,
ବୁଲା ବୁଲି କରିବା,
ଘରଲୋକ କଥା ମାନି,
ବଗିଚା ଯତ୍ନ ନେବା।
ପଦାକୁ ଗଲା ବେଳେ ,
ଏକଥା ରଖିବା ଜାଣି ,
ସାଥିରେ ନେବା ପାଣି ,
ମୁଣ୍ଡରେ ଟୋପି ପୁଣି।
ଚଷମା ପିନ୍ଧିବା କଳା ,
ପିନ୍ଧିବା କପଡା ଧଳା,
ଗ୍ରୀଷ୍ମ ପ୍ରବାହକୁ ଆମେ,
କରିବା ନାହିଁ ହେଳା ।
ପିଇବା ଓଆରଏସ୍ ପାଣି ,
ଅବା ଯଥେଷ୍ଟ ତୋରାଣି
ଗ୍ରୀଷ୍ମର ଫଳରସ ନେବ ,
ପିଲାଙ୍କ ମନ ଜିଣି ।
