ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଜଳରୁ ସୃଷ୍ଟି ହେଲା ପ୍ରାଣ ,
ଜଳ ହିଁ ଅଟେ ଜୀବନ ।
ଜଳଜ ଗ୍ରହ ଅଟେ ମେଦିନୀ ,
ବନକୁ ଜୀବନ ଦିଏ ସଂଜୀବନୀ।
ଜଳପାନେ ପାଆନ୍ତି ପ୍ରାଣୀ ଆନନ୍ଦ ,
ସ୍ୱାସ୍ଥ୍ୟ ପାଇଁ ଜଳ ଅଟେ ସମ୍ପଦ ।
ଜଳରୁ ସୃଷ୍ଟି ହୁଏ ନିର୍ଝରିଣୀ ,
ତହିଁରୁ ବହିଯାଏ ତରଙ୍ଗିଣୀ ।
ସାଗରେ ଝାସ ଦିଏ ସରିତ ,
ନଭରେ ସୃଷ୍ଟି ହୁଏ ଜୀମୂତ ।
ବୄଷ୍ଟିରେ ଭରି ଯାଏ ସ୍ରୋତସ୍ୱିନୀ ,
ରଙ୍ଗହୀନ ସମ୍ପଦ ଦେଖାଏ ଠାଣି ।
ଜଳ ପାଇଁ ମହୀ ହୁଏ ସବୁଜ ,
ଜଳ ଧରଣୀର ଅମୂଲ୍ୟ ଚିଜ ।
ନିର୍ଜଳ ଜୀବନ ଅଟେ ଅସମ୍ଭବ
'ଜଳ ସଂରକ୍ଷଣ' କରିବା ଆରମ୍ଭ ।
ଶବ୍ଦାର୍ଥ :
ମେଦିନୀ=ପୃଥିବୀ ।
ସଂଜୀବନୀ=ଅମୃତ(ଜଳ)।
ନିର୍ଝରଣୀ=ଝରଣା।
ତରିଙ୍ଗିଣୀ= ନଦୀ, ସରିତ ,ସ୍ରୋତସ୍ୱିନୀ।
ଜୀମୂତ = ବାଦଲ , ମେଘ ।
ରଙ୍ଗହୀନ ସମ୍ପଦ = ଜଳ ।