ବରଷା ରାଣୀ
ବରଷା ରାଣୀ
ବରଷାରାଣୀ ଲୋ ବରଷାରାଣୀ ,
ତୋ ସ୍ପର୍ଶରେଭିଜିଲା ଧରଣୀରାଣୀ
ଜୀବନ ପାଇଲା ଶୁଷ୍କ ନିର୍ଝରିଣୀ,
ହସିଲେ ନଦୀ ଓ ପୁଷ୍କରିଣୀ ।
ଶାଗୁଆ ରଙ୍ଗରେ ଚମକିଲା ମହୀ ,
ଶୁଷ୍କ କ୍ଷେତରେ ଜଳ ଯାଏ ବହି ।
ଗଛରେ ଶୁଭିଲା ପକ୍ଷୀଙ୍କ କାକଳି ,
ଖୁସିରେ ପିଲାଏ ମାରିଲେ ତାଳି ।
ବେଙ୍ଗ ବେଙ୍ଗୁଲିଙ୍କ ଖୁସିକୁ ଦେଖ ,
ସାରୁଗଛ ତଳେ ଛାଡନ୍ତି ଡାକ l
ଆକାଶେ ଦେଖି ମେଘ ମାଳମାଳ ,
ପରିବେଶ ହେଲା ଚଳ ଚଞ୍ଚଳ ।
ଚାଷୀଭାଇ ମୂଖେ ଫୁଟିଲା ହସ ,
ଆରମ୍ଭ ହେଲା ତା' ଚାଷବାସ ।
