STORYMIRROR

TASNEEM SULTANA LADLEE

Children

3  

TASNEEM SULTANA LADLEE

Children

ନବବର୍ଷ ଶପଥ

ନବବର୍ଷ ଶପଥ

1 min
169

ନବ ବର୍ଷ ଶପଥ

°°°°°°°°°°°°°


ନୂଆ ବରଷରେ ଗାଇବା ଗୀତ,

ଗଛ ଲଗାଇବା ଆସରେ ମିତ।


ବୃକ୍ଷ ଆମ ଚିର ସବୁଜ ମିତ,

ଅମ୍ଳଜାନ ଦିଏ ସିଏ ବହୁତ।


ନବ ବରଷର ଖୁସି ନିଆରା,

ଆସରେ ବାଣ୍ଟିବା ବୃକ୍ଷର ଚାରା।


କେନାଲ କଡ଼ ଓ ନଦୀର ବନ୍ଧ,

ଗଛର ଚେରରେ ହେବ ସୁଦୃଢ଼।


ପୁନଶ୍ଚ ପୃଥିବୀ ସବୁଜ ହେବ,

ସବୁଜ ବଳୟେ ଧରା ହସିବ।


ନୂଆ ବରଷରେ ଶପଥ ନେବା,

ବସୁଧାର ବନ୍ଧୁ ଆମେ ସାଜିବା ।


©ତସନିମ ସୁଲତାନା,

ଫକୀରସାହୀ, କାକଟପୁର, ପୁରୀ ।

ତା: ୨୮ ଡିସେମ୍ବର ୨୦୨୪


Rate this content
Log in

Similar oriya poem from Children