STORYMIRROR

TASNEEM SULTANA LADLEE

Inspirational

3  

TASNEEM SULTANA LADLEE

Inspirational

ଗୁରୁଜୀ ଗୁରୁମା

ଗୁରୁଜୀ ଗୁରୁମା

1 min
28

ଗୁରୁଜୀ ଗୁରୁମା

---------


ବନ୍ଧୁ ଦାର୍ଶନିକ ଓ ମାର୍ଗଦର୍ଶକ,

ଅଟନ୍ତି ଆମର ସମସ୍ତ ଶିକ୍ଷକ ।


ଗୁରୁଜୀ ଗୁରୁମା ଧର୍ଯ୍ୟର ପ୍ରତୀକ,

ଶିକ୍ଷାକୁ କରାନ୍ତି ଆନନ୍ଦ ଦାୟକ।


ଗୁରୁଙ୍କ ମଧୁର ବିନୟ ବଚନ,

କିଣି ନେଇଥାଏ ସଭିଙ୍କ ମନ ।


ଗୁରୁଙ୍କ ପ୍ରେରଣା ସେନେହ ବାଣୀ,

ସଫଳତା ସ୍ଵାଦ ଦିଏଟି ଆଣି।


ଗୁରୁଙ୍କ ଜୀବନ ଉତ୍ସର୍ଗୀ କୃତ,

ଶିକ୍ଷା ଶିକ୍ଷାର୍ଥୀଙ୍କ ସେ ଦେବଦୂତ।


ଶ୍ରଦ୍ଧା ସନମାନ ଗୁରୁଙ୍କ ପ୍ରତି,

ଜୀବନ ସାରା ଥାଉ ଏମିତି।


ପ୍ରଭୂଙ୍କ ପାଶେ କରେ ଉପାସନା,

ଖୁସିରେ ଥାଆନ୍ତୁ ଗୁରୁଜୀ ଗୁରୁମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational