ଅମୃତ ଧାରା
ଅମୃତ ଧାରା
ବରଷା ରାଣୀ ଲୋ ବରଷା ରାଣୀ ,
ତୋ ପାଇଁ ଶୀତଳ ହୁଏ ଧରଣୀ ।
ଚାଷୀ ଭାଇର ତୁ ସାହା ଭରଷା ,
ବିହନ ବୁଣଇ କରି କେତେ ଆଶା ।
କ୍ଷେତରେ ଫଳଇ ସୁନାର ଶସ୍ୟ,
ଚଷା ଭାଇର ମୁହେଁ ଚେନାଏ ହସ ।
ତୋ ଯୋଗୁଁ ବହଇ ଜଳର ଧାରା ,
ସରସ ସବୁଜ ହୁଏ ଏ ଧରା ।
ଚେତିଲାଣି ଆଜି ମଣିଷ ଜାତି ,
ଲଗାଏ ଚାରାର ଜାତି ପ୍ରଜାତି ।
ଦେଖରେ ମହୀର ଋପ ଏକ ନବ ,
ପାଳିତ ହୁଅଇ ବନ ମହୋତ୍ସବ ।
ତୋ ଅମୃତଧାରା ଅଟେ ଅନନ୍ୟ ,
ତାକୁ ପାନ କରି ହେଉ ଆମେ ଧନ୍ୟ ।
