Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TASNEEM SULTANA LADLEE

Inspirational Children

3  

TASNEEM SULTANA LADLEE

Inspirational Children

ଏକତାର ମହଲ

ଏକତାର ମହଲ

1 min
7



ଆମେ ସବୁ ମିଳିମିଶି, ଶପଥଟି କରିଛୁ,


ପ୍ରେମ ଓ ଏକତାର, ମହଲଟି ଗଢ଼ିଛୁ ।



ମହଲରେ ଜଳୁ ଅଛି, ଗଣତନ୍ତ୍ର ପ୍ରଦୀପ,



ଦୂରୁ ତହିଁ ହେଉଅଛି, ଅନ୍ୟାୟର ପ୍ରକୋପ ।



ମହଲର ସମ୍ମୁଖରେ , ଅଛି ଏକ ବଗିଚା, 



ଏଠି ସୁଖ ଶାନ୍ତିର ,ହେଉଅଛି ଚରଚା |



ଏଇ ମହଲଟି ଅଟେ , ମୋ ଦେଶ ଭାରତ,


 


ଚାଷୀଭାଇ ଫଳାଏ ଏଠି , ସୁନାର ଶସ୍ୟକ୍ଷେତ ।



ମୋ ଦେଶ ସଇନିକ, ଦେଇ ନିଜ ରକତ,



ରକ୍ଷା କରେ ମାତୃଭୁମି , ବାହୁ ତା'ର ଶକତ ।




'ଶିକ୍ଷକତା' ବୃତ୍ତି ହେଉ, ରହିଛି ଯେ ସପନ,



ଜାତିର ନିର୍ମାଣେ ବିତୁ, କବିର ଏ ଜୀବନ ।



ମୋଦେଶ ପରି ବିଶ୍ବେ , ଅନ୍ୟ ଦେଶ କାହିଁରେ !



"ବିଭିନ୍ନତା ମଧ୍ୟେ ଏକତା" ଅନ୍ୟ ଦେଶେ ନାହିଁରେ ।



ଆସ ଭାଇ ଭଉଣୀଏ, ଶପଥଟି କରିବା,



ବଡ଼ ହୋଇ ଏ ମାଟିର, ସଦା ଯଶ ରଖିବା ।


Rate this content
Log in

Similar oriya poem from Inspirational