STORYMIRROR

TASNEEM SULTANA LADLEE

Fantasy Children

3  

TASNEEM SULTANA LADLEE

Fantasy Children

ପ୍ରକୃତିରାଣୀ

ପ୍ରକୃତିରାଣୀ

1 min
16


ଦେଖି ଆସନ୍ନ ମେଘ ଆସର 

ବନେ ଖୁସିରେ ନାଚେ ମୟୂର।


ବରଷା ଟୋପା ପତରେ ପଡେ 

ଭଅଁର ଖୁସିରେ ଫୁଲରେ ଉଡେ।


ଘଡ଼ଘଡ଼ି ଡାକେ ମେଘ ବରଷେ

ଝରଣା ନଦୀରେ ସଲିଳ ମିଶେ।


ନୀଳ ଆକାଶେ ବାଦଲ ଭାସେ

ଇନ୍ଦ୍ରଧନୁରେ ଅମ୍ବର ସୁନ୍ଦରଦିଶେ।


ପକ୍ଷୀଙ୍କ କାକଳି ବନରେ ଭାସେ

ପ୍ରକୃତି ରାଣୀ ଖୁସିରେ ହସେ।


ବନର ଜୀବନ୍ତ ପରିବେଶ ଦେଖି 

ଲାଜେଇ ଯାଏ ମଣିଷର ଆଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy