ପ୍ରକୃତିରାଣୀ
ପ୍ରକୃତିରାଣୀ
ଦେଖି ଆସନ୍ନ ମେଘ ଆସର
ବନେ ଖୁସିରେ ନାଚେ ମୟୂର।
ବରଷା ଟୋପା ପତରେ ପଡେ
ଭଅଁର ଖୁସିରେ ଫୁଲରେ ଉଡେ।
ଘଡ଼ଘଡ଼ି ଡାକେ ମେଘ ବରଷେ
ଝରଣା ନଦୀରେ ସଲିଳ ମିଶେ।
ନୀଳ ଆକାଶେ ବାଦଲ ଭାସେ
ଇନ୍ଦ୍ରଧନୁରେ ଅମ୍ବର ସୁନ୍ଦରଦିଶେ।
ପକ୍ଷୀଙ୍କ କାକଳି ବନରେ ଭାସେ
ପ୍ରକୃତି ରାଣୀ ଖୁସିରେ ହସେ।
ବନର ଜୀବନ୍ତ ପରିବେଶ ଦେଖି
ଲାଜେଇ ଯାଏ ମଣିଷର ଆଖି ।
