STORYMIRROR

TASNEEM SULTANA LADLEE

Children

3  

TASNEEM SULTANA LADLEE

Children

ପୁନଶ୍ଚ ପୃଥିବୀ

ପୁନଶ୍ଚ ପୃଥିବୀ

1 min
110


ପୁନଶ୍ଚ ପୃଥିବୀ
^^^^^^^^

ଖରା ଆସିଲାଣି ଟାଇଁ ଟାଇଁ,
ମୁଣ୍ଡ ହୋଇଲାଣି ଝାଇଁ ଝାଇଁ ।

ନାତିକୁ କୁହନ୍ତି ଅଜା ଆଈ ,
ୠତୁ ବଦଳର ପ୍ରଭାବ ଏହି।

ପ୍ରକୃତିର କୋପ ମାନବ ପାଇଁ,
ସୁଧୁରି ଯାଆରେ ମଣିଷ ଭାଇ ।

ନିଜର ସ୍ୱାର୍ଥ ସାଧନ ପାଇଁ,
ପ୍ରକୃତିକୁ ନିତି ନାଶ କରଇ ।

ତାଳଗଛ ଆଉ ଦିଶୁ ନାହିଁ,
କହେ ନିରୀହ ବାଇ ଚଢ଼େଇ ।

ତାଳଗଛ ଲଗା ମଣିଷ ଭାଈ,
ସେଇଠି ରଚିବି ନୀଡ଼ ମୁହିଁ ।

ପବନର ବେଗ ହେବ ନିୟନ୍ତ୍ରଣ,
ବାତ୍ୟାର ଭୟ ରହିବନି ଜାଣ।

ପୁନଶ୍ଚ ପୃଥିବୀ ହେବ ସବୁଜ,
ଶାନ୍ତିରେ ରହିବେ ସମସ୍ତ ଜୀବ ।

ତସନିମ୍ ସୁଲତାନା,
ଫକୀରସାହୀ, କାକଟପୁର, ପୁରୀ ।
ତା ୫ ମାର୍ଚ୍ଚ ୨୦୨୫


Rate this content
Log in

Similar oriya poem from Children