STORYMIRROR

Pradesh Pratyush

Inspirational Others Children

4  

Pradesh Pratyush

Inspirational Others Children

ମୋ ଗାଆଁ

ମୋ ଗାଆଁ

1 min
326


ରହିଲେ ବି ଦୂରେ ମୁଁ

ଭୁଲି ପାରିନି ତାକୁ

ସହରର ଚାକଚକ୍ୟ ସରି ନୁହେଁ

ତା ସ୍ନେହ ବନ୍ଧନକୁ...

ସେ ତ ମୋରି ମାଆ...

ମୋ ଗାଆଁ ...।


ତା ଖୁଦ ମୁଢ଼ି , ତା ଶାଗ ଭାତ

ତା ବଣ ବିଲ ତା ଧାନ କ୍ଷେତ

ସବୁତ ଅଭୁଲା

ଅସରା କାହାଣୀ ଗୀତ...


ସହରୀ ଖାଦ୍ୟ ସୁଆଦ ସିନା

ଦିଏନି ପୁଷ୍ଟି ବଳ

ଏଇଠି ଯାହା ଖାଇଛି ଦିନେ

ସେହି ମୋ ବୁଦ୍ଧି ଦେହ ସବଳ


ମହ ମହ ବାସରେ ଭରେ ଉଦର

ବାଡ଼ି ବଗିଚା ଫଳ ସମ୍ଭାର

ଖାଇ ଆଜି ମୁଁ ଛୋଟରୁ ବଡ଼ ...

ସହରୀ ଜୀବନଠୁ ସେ ଶାନ୍ତ ମଧୁର

ସେ ତ ମୋରି ମାଆ...

ମୋ ଗାଆଁ ....।


ଗାଁ ଦାଣ୍ଡର ସେ ଧୂଳି ଖେଳ

ଗୋଠ ବାହୁଡ଼ା ଗାଈ ବଳଦ

ଚକ ଗଡ଼ାକୁ ଚୋର ପୁଲିସ୍‌

ସବୁତ ଆକର୍ଷଣ ସୁନ୍ଦର ମନୋରମ ...।


ଯାହା ପାଇଛି ଜୀବନେ ଆଜି

ଯାହା ପାଇଁ ମୁଁ ସବୁ ପାଇଛି

ସେଇ ମାଟିରେ ଜନମ ମୋର

ଆଦ୍ୟ ଜୀବନେ ସେ ମୋ ଶିକ୍ଷାଘର ।


ସେ ପିଲାବେଳ ସେହି ଦୁଷ୍ଟାମୀ

ସାଙ୍ଗମେଳରେ ସେ ଚଗଲାମୀ

କେଉଁଠି ମିଳେ ଆଉ କେତେବେଳେ ..

ସେ ତ ମୋରି ମାଆ...

ମୋ ଗାଆଁ ....।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational