Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

4.3  

Durjyodhan Barik

Children

ଚିଙ୍ଗୁଡ଼ି ନାନୀର ବାହାଘର

ଚିଙ୍ଗୁଡ଼ି ନାନୀର ବାହାଘର

1 min
379


_ ଚିଙ୍ଗୁଡ଼ି ନାନୀର ବାହାଘର _


ମେଘ ବରଷିଲା ମୂଷଳ ଧାରାରେ

ପୋଖରୀ ଗାଡିଆ ଭରା,

ଚିଙ୍ଗୁଡ଼ି ନାନୀର ବର ଖୋଜୁ ଖୋଜୁ

ଶେଉଳ ପାଇଲେ ପରା ।

ଚିଙ୍ଗୁଡ଼ି ନାନୀର ବାହାଘର ହେବ

କଙ୍କଡ଼ା ବଜାଏ ବାଜା,

ତୋଡି ମାଛଟାତ ରାନ୍ଧୁଣି ସାଜିଛି

କରୁଛି କେରାଣ୍ଡି ଭଜା ।

ଚେଙ୍ଗ ଗଡିଶା ତବରଯାତ୍ରୀ ସବୁ

ଶେଉଳ ସାଜିଛି ବର,

ତିଲିଖି ଦଣ୍ଡକିରି ଭଉଣୀ ଦୁଇ

ହୋନ୍ତି କେତେ ଫର୍ ଫର୍ ।

ବାଳିଆ ଅଜାର ଦାନ୍ତ ନାହିଁ ବୋଲି

କଥା ଫସ ଫସ କୁହେ,

ନାତି ନାତୁଣୀ ଯେ ତାର କଥା ଶୁଣି

ସମସ୍ତେ ହସନ୍ତି ବହେ ।

ଚାଲ ଆମେ ସବୁ ଭୋଜି ଖାଇ ଯିବା

ଚିଙ୍ଗୁଡ଼ି ନାନୀର ଘର,

ବାହାଘର ପରେ ଚିଙ୍ଗୁଡ଼ି ନାନୀ ତ

ଯିବେ ତାଙ୍କ ଶାଶୁ ଘର ।

"ଆଜି ଚିଙ୍ଗୁଡ଼ି ନାନୀର ବାହାଘର* 



Rate this content
Log in

Similar oriya poem from Children