Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Children

4.8  

DILIP KUMAR SAHOO

Children

ଭରିଦେବାଗଛ ଆସ

ଭରିଦେବାଗଛ ଆସ

1 min
478



   କେବେ ଫାଇଲିନ୍ କେବେତ ତିତିଲି

      ହୁଡୁହୁଡୁ କେବେ ଫୋନି

   ଅମ୍ଫନ ସାଧିଲା ଚଉଦିଗେ ଦାଉ

      ତୋଫାନ ଖାଉଛି କାନି ।


   କାହିଁକି ହେଉଛି ବାତ୍ୟା ମହାବାତ୍ୟା

      ଅକାଳ ମରୁଡି ବଢି ?

   ଧନ ଜୀବନ କୁ ଉଜାଡି ଦେଉଛି

     ଅଦିନ ବରଷା ଝଡି !


   ଉତ୍ତର ଗୋଟିଏ ଉଜାଡୁଛୁ ବଣ

     ସବୁଜିମା ନେଉ ଲୁଟି

   ବଣ ନାହିଁବୋଲି ନାହିଁବୋଲି ଗଛ

      ପୃଥିବୀ ଯାଉଛି ତାତି ।


  ପାଣି ତାତୁଅଛି ପବନ ତାତୁଛି

     ବଦଳୁଛି ଜଳବାୟୁ

   ଧରଣୀକୁ ଆମେ କନ୍ଦାଉଛୁ ବୋଲି

      ପ୍ରକୃତି ସାଧୁଛି ଦାଉ ।


  ଅଛି ଯହିଁ ଯେତେ ଲଣ୍ଡା ପରବତ

      ଅଛିତ ପଡିଆ ଭୂଇଁ

 ମିଳିମିଶି ଆସ ଲଗାଇବା ଗଛ

     ଜୀବନ ଜୀଇବା ପାଇଁ ।


  ଗଛ ଭରିଦେଲେ ପୃଥିବୀର ତାପ

     ଧିରେଧୀରେ ହେବ ଉଣା

  ଗଛ ଭରିଗଲେ ପ୍ରକୃତିର ଦାଉ

     କରିବନି ବାଟ ବଣା ।


  ଅବପାତ ରୂପ ନେବ ନାହିଁ ଜମା

    ସାଗର ରେ ଲଘୁଚାପ

 ଉଣା ହୋଇଯିବ ସ୍ଥଳଭାଗେ ଏଣେ

     ବରଷା ବତାସ କୋପ ।


   


Rate this content
Log in