STORYMIRROR

TASNEEM SULTANA LADLEE

Children Stories Inspirational

3  

TASNEEM SULTANA LADLEE

Children Stories Inspirational

ପକ୍ଷୀ

ପକ୍ଷୀ

1 min
4


ଆମେ ଅଟୁ 'ଜୈବ ବିବିଧତା'ର ଏକ କ୍ଷୁଦ୍ର ଅଂଶ,

ଜଗତର କଲ୍ୟାଣେ ସଦା ଥାଏ ଆମ ପକ୍ଷୀ ବଂଶ

ବୃକ୍ଷର ଫଳ ଖାଇ ମଞ୍ଜି କରୁ ଆମେ ବିସ୍ତାର,

ନୂତନ ଉଦ୍ଭିଦ ପ୍ରଜାତିର ପ୍ରସାର ହୁଏ ସାକାର ।

ମଣିଷ ଭାଇ ! ଅଟୁ ତୁ ପରା ଶ୍ରେଷ୍ଠ ଜୀବ ?

ତୋ "ବୃକ୍ଷ ଛେଦନ" ଆମେ ଦେଖୁ ହୋଇ ନିରବ।

ଜଳାଶୟ ପୋତି 'ଗୃହ ନିର୍ମାଣ' କରୁ ତୁହି ହୋଇ ସ୍ଵାର୍ଥପର,

ମିଳେନି ଆମକୁ ଜଳ,ପକ୍ଷୀ ଜଗତେ ପଡ଼ିଛି ହାହାକାର ।


ଜଙ୍ଗଲ କାଟି ସଗର୍ବେ ଗଢୁଛୁ ତୁ କଂକ୍ରିଟି ମହଲ ,

ଭୂତଳ ଜଳସ୍ତର କମୁଛି ,ହଜିବ ତୋ ବୁଦ୍ଧି ଓ ଅକଲ ।


ବସୁଧା ପାଲଟିବ ଉତ୍ତପ୍ତ ତାୱ|

,ମଣିଷ ନଥିବେ କେହି ,



ପସ୍ତେଇବୁ ଯେବେ , ନେଡ଼ି ଗୁଡ଼ କହୁଣୀକୁ ଯିବ ବୋହି ।


ବେଳ ଥାଉଁ ହୋଇଯା ସତର୍କ ଓ ସାବଧାନ ଏଥର ,


ଅନ୍ୟଥା 'ଆପଣା ହସ୍ତେ ଜିହ୍ବା ଛେଦିବା' ହିଁ ହେବ ସାର ।


Rate this content
Log in