Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

1 min
3


ଆସଇ ବୈଶାଖ ପହିଲି ଦିନରେ

ମହାବିଷୁବ ସଂକରାନ୍ତି

ପଣା ସଂକରାନ୍ତି ନାମେ ଉତ୍କଳରେ

ରହିଅଛି ତାହାର ଖ୍ୟାତି

ନବ ବରଷ

ପାଳି ଉତ୍କଳୀୟ ହରଷ

ନାନା ସ୍ଥାନେ କରି ଯାଗଯଜ୍ଞ ହୋମ 

ମନରେ ଲଭଇ ସନ୍ତୋଷ ।


ତୁଳସୀ, ଅଁଳା, ବେଲ ମୂଳେ ଜଳ

ଠେକି ବାନ୍ଧି କରେ ସିଞ୍ଚନ

ସୁମିଷ୍ଠ, ସ୍ବାଦିଷ୍ଟ ପଣା ଭୋଗ ଲାଗି

ଗୃହେ, ଦେବାଳୟରେ ପୁଣ

ଏହାର ପାନେ

ଶୀତଳ ହୁଅଇ ପରାଣ

ପୁଣି ଏହି ପଣା ସାହି ସାହି ମଧ୍ୟେ

କରେ ଭାଇଚାରା ରୋପଣ ।


ଟାଇଁ ଟାଇଁ ଖରା ସାଥେ ଝାଞ୍ଜି ବାଆ 

ଡହଳବିକଳ ପରାଣ

ଗ୍ରୀଷ୍ମ ପ୍ରକୋପରେ ସିନା ହୋଇଥାଏ

ମାନବ ପରା ବୁଦ୍ଧିମାନ

ବିଚାରବୋଧ

ନୁହଁଇ କେବେ ତା'ର ନ୍ୟୁନ

ପଥ ଧାରେ ଧାରେ ଖୋଲି ଜଳଛତ୍ର

ତୃଷାର୍ତ୍ତକୁ ନବ ଜୀବନ ।


ଏବେ ସ୍ମାର୍ଟଫୋନ ଧରି ପରସ୍ପରେ

ମୋ ଓଡ଼ିଶା ଭାଇ ଭଉଣୀ

ପଠାନ୍ତି ବନ୍ଧୁଙ୍କୁ ଶୁଭେଚ୍ଛାର ବାର୍ତ୍ତା

ନବ ବରଷ ପାଇଁ ପୁଣି

ବିରଜାପାଞ୍ଜି 

ଜଗନ୍ନାଥ ପାଞ୍ଜି ପ୍ରକାଶ

ଜ୍ୟୋତିଷ ବିଚାରେ ପରବପର୍ବାଣି

ପାଳିଥାଉ ଗୋଟେ ବରଷ ।


ନାରାୟଣ ମହାପ୍ରଭୁ ଏହିଦିନ

ଗଭୀର ଜଳରୁ ମନ୍ଦିରେ

ବିଜେ କରିଥାନ୍ତି ଜାକଜମକରେ

ଯାଜପୁରର ସିଂହାପୁରେ

ଭାବଭକ୍ତିରେ

ଅଶ୍ରୁନେତ୍ରେ ଭକ୍ତେ ବିହ୍ବଳ

ଗହଗହ ନାଦେ ସ୍ଥଳୀ ପ୍ରକମ୍ପିତ 

ହୁଏ କିଣାବିକା ବିପୁଳ ।


ହନୁମାନ ଜନ୍ମ ଭକତେ ପାଳନ

ଏହି ଶୁଭ ଅବସରରେ

କେଶରୀ ନନ୍ଦନ ମାରୁତି ଯେ ଧନ୍ୟ

ଶ୍ରୀରାମଙ୍କ ଭକ୍ତ ଭାବରେ

ତୁଣ୍ଡେ ଶ୍ରୀରାମ

ଜପାମାଳି ଥିଲା ତାଙ୍କର

ସେ ନାମର ଶକ୍ତି ହୃଦୟରେ ବୋଳି

ଆମେ ବି ଭବ ସିନ୍ଧୁ ପାର ।।


Rate this content
Log in

Similar oriya poem from Inspirational