Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others

4.0  

Gyanendriya Dash

Inspirational Others

ସମ୍ପର୍କ

ସମ୍ପର୍କ

1 min
150



ଏଠି ଯନ୍ତ୍ରଣାରେ

ଛଟପଟ ହେଉଥିବା

ମୁମୂର୍ଷୁ ଶରୀର ସହ

ନିର୍ଦ୍ଦୟତାର ସମ୍ପର୍କ ।।


ହା ଅନ୍ନର ଚିତ୍କାରରେ

ଡହଳ ବିକଳ ହୋଇ

ଅଇଁଠା ରୁଟି ଗୋଟାଇ

ପାଟିରେ ପୂରାଇବାକୁ

ଯାଉଥିବା

ଭୋକିଲା ହୃଦୟ ସହ

ଅମାନୁଷିକତାର ସମ୍ପର୍କ ।।


ଏଠି ପ୍ରେମ ସବୁ

ଆବିଳତା ପୂର୍ଣ୍ଣ,

କୃଷ୍ଣ ସୁଦାମାଙ୍କ ସମ୍ପର୍କ

ଅଥବା ରାମ କପିଙ୍କର

ସମ୍ପର୍କ ଆଉ ନାହିଁ ।।

       


Rate this content
Log in

Similar oriya poem from Inspirational