Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.5  

Gyanendriya Dash

Inspirational Others Children

ଅସ୍ପୃଶ୍ୟତା ଏକ ଘୃଣ୍ୟ ମାନସିକତା

ଅସ୍ପୃଶ୍ୟତା ଏକ ଘୃଣ୍ୟ ମାନସିକତା

1 min
222



କେତେ ଜନ୍ମ ପୂଣ୍ୟ ସାର୍ଥକ କରିଣ

ପାଇଛୁ ମଣିଷ ଜନ୍ମ,

ବୁଦ୍ଧି ବିବେକରେ କୋଟି ଜୀବ ମଧ୍ୟେ

ମଣିଷର ଶ୍ରେଷ୍ଠ ସ୍ଥାନ ।

ସଚରାଚର ଏ ଜୀବ ଜଗତରେ

ମଣିଷ ଗୋଟିଏ ଜାତି,

ଧର୍ମକର୍ମ ସିନା ଅଲଗା ଅଲଗା

ବେଶଭୁଷା ଓ ପ୍ରକୃତି ।

କର୍ତ୍ତବ୍ୟ ପଥରେ ବୃତ୍ତି ହିତ ପାଇଁ

କୃତ ବିଭାଗ ବଣ୍ଟନ,

ବ୍ରାହ୍ମଣ, କ୍ଷତ୍ରିୟ, ଶୁଦ୍ର, ବୈଶ୍ୟ

କରିଥିଲେ ଜ୍ଞାନୀ ଜନ ।

ହିନ୍ଦୁ, ଖ୍ରୀଷ୍ଟ, ଶିଖ, ମୁସଲମାନ ଯେ

ବୁଦ୍ଧ, ଜୈନ ଆଦି ଧର୍ମ,

ସବୁରି ମୂଳରେ ଏ ବିଭାଜନରେ

ଲକ୍ଷ୍ୟ ଓ ଉଦ୍ଦେଶ୍ୟ କର୍ମ ।

ସୃଷ୍ଟିକର୍ତ୍ତା ଦିନେ କରିଥିଲେ ସୃଷ୍ଟି

ଜୀବର ଶ୍ରେଣୀ ବିଭାଗ,

ଶ୍ରେଷ୍ଠ ଜୀବ ଭାବେ ମଣିଷ ଜାତିକୁ

ଦେଇଥିଲେ ସିଂହ ଭାଗ ।

ତଥାପି ମଣିଷ ବୁଝିପାରୁ ନାହିଁ

ଗ୍ରହି ନାନା କୁସଂସ୍କାର,

ଛୁଆଁ ଅଛୁଆଁର ଭେଦଭାବକୁ ଯେ

କରୁଅଛି ଆପଣାର ।

ଉଚ୍ଚନୀଚ୍ଚ ଆଉ ଛୁଆଁ ଅଛୁଆଁର

ଭେଦଭାବକୁ ମଣିଷ,

ସଦା ସର୍ବଦା ହୃଦୟ ଭିତରୁ

ଦୂର କର ଏହା ବିଷ ।

ଜାଣିରଖ ସର୍ବେ ଅସ୍ପୃଶ୍ୟତା ଅଟେ

ଘୃଣ୍ୟ ମାନସିକତାଟି,

ସମାନ ରକତେ ସମାନ ମାଂସରେ

ଗଢ଼ା ଆମ ଶରୀରଟି ।

     


Rate this content
Log in

Similar oriya poem from Inspirational