Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Inspirational

3  

Rama chandra Pradhan

Inspirational

ରାଜନୀତି

ରାଜନୀତି

1 min
325



ରାଜନୀତି ଖେଳ ଓଲଟ ପାଲଟ

   ବୁଝିହୁଏ ନାହିଁ କିଛି 

ସମୟ ସୁଅରେ ରାଜନୀତି ରଙ୍ଗ 

    ଆଜିକାଲି ବଦଳୁଛି ।


ରାଜନୀତି ନୁହେଁ ରାଜାଙ୍କର ନୀତି 

   ଘୋର ଏଇ କଳିକାଳେ 

ନେତା ମନ୍ତ୍ରୀ ଏଠି ବେଶି ଉତୁରନ୍ତି 

  କ୍ଷମତାର ଅପବଳେ । 


ଶାସକ ନାମରେ ରାଜନେତା ମାନେ 

   ନୈତିକତା ଶୂନ୍ୟ ଆଜି 

ମିଛଟାରେ ଖାଲି  ଫୁଟାଣି ମାରନ୍ତି 

   ଜିତି ରାଜନୀତି ବାଜି । 


ନାରୀ ସ୍ୱାଧୀନତା ପ୍ରହସନ ଆଜି 

   ଭାଷଣ ବାଜିରେ ସାର 

ବିକାଶ ଏଇଠି ଅଧ ପନ୍ତିରିଆ

   ନେତାଙ୍କୁ ଦୂରୁ ଜୁହାର । 


ଶାସନ ଆଳରେ ରାଜସ୍ବ ଲୁଟନ୍ତି 

   ଦେଇ ଦେଶପ୍ରେମ ନାରା 

ମିଥ୍ୟା ପ୍ରତିଶୃତି ସ୍ୱାର୍ଥନେସି ଭାବ 

  ବୁହଇ ଧମନୀ ସାରା । 



Rate this content
Log in

Similar oriya poem from Inspirational