STORYMIRROR

Banamali Pattanaik

Inspirational

4  

Banamali Pattanaik

Inspirational

କଳାକାର

କଳାକାର

1 min
364

ଆଖିରୁ ହଜେଇ ନିଦକୁ ମୋହର,

ଦେଖେନାହିଁ ବାର ତିଥି ।

ଦୁନିଆର ଏଇ ରଙ୍ଗ ମଞ୍ଚରେ ମୁଁ

ରାତିକୁ କରିଛି ସାଥି ।।

ଅଭିନୟ କରି କାହାକୁ ହସାଏ

ନିଜେ ହସି ଜାଣିନାହିଁ ।

କାହାର ଆଖିରୁ ଲୁହ ମୁଁ ଝରାଏ

ନିଜେ କାନ୍ଦି ଜାଣିନାହିଁ ।।

ପେଟ ପୋଷିବାକୁ ଅଭିନୟେ ମୁହିଁ

କେବେ କେବେ ମରିଯାଏ।

ସହ ପରିବାର ଥାଇ ମୋର ମଧ୍ୟ

ମୁଁ ଯେ କାହାରି ନୁହେଁ ।।

ବେଳେବେଳେ ମୁହିଁ ଗାଳି ଶୁଣୁଥାଏ

ତଥାପି ନ ହୋଇ ନିରାଶ ।

କଳାକୁ ଧରିକି ବଞ୍ଚିବା ଶିଖିଛି

କାହାକୁ କହିବି କିସ ।।

ଭିନ୍ନ ଭିନ୍ନ ରୂପେ ଭିନ୍ନ ଭିନ୍ନ ସଜ୍ଜା

ହୋଇଥାଏ ମୋର ଅଙ୍ଗ ।

ଅଭିନୟ କରେ ଦୁନିଆ ଦାଣ୍ଡରେ

ବୋଳି ଦେହରେ ମୁଁ ରଙ୍ଗ ।।

ଶୁଣ ହେ ସୁଜନ ଧ୍ୟାନେ ମୋର ବାଣୀ

କିଛି ଯଦି ଭୁଲ ଥିବ।

ହାତ ଯୋଡି କହେ ମୁହିଁ ବନମାଳୀ

କ୍ଷମା ମୋତେ କରିଦେବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational