ପବିତ୍ର ଭୂଇଁ
ପବିତ୍ର ଭୂଇଁ
ରୂପ ଅନୁପମ ସୁଗୁଣ ସମ୍ପନ୍ନ
ସମ୍ପତ୍ତିର ଗନ୍ତାଘର
ବୀର ସନ୍ତାନଙ୍କ ଜନନୀ ଅଟେ ସେ
ସବୁଜିମା ତାର ଦ୍ୱାର ।
ଖାଦ୍ୟ, ବେଶ, ପୋଷାକ, କଳା ସଂସ୍କୃତି
ବର୍ଣ୍ଣିଲେ ସରିବ ନାହିଁ
ଦେବଦେବୀଙ୍କର ଆବିର୍ଭାବ ପୀଠ
ଅଟେ ମୋ ପବିତ୍ର ଭୂଇଁ ।
ସାରା ବିଶ୍ୱରେ ଅଟେ ସେ ପ୍ରସିଦ୍ଧ
ସଭିଙ୍କୁ ଆପଣା କରେ
ବିଭିନ୍ନତା ମଧ୍ୟେ ଏକତା ଶିଖାଇ
ସମ୍ପର୍କ ସୁଦୃଢ କରେ ।
ସ୍ନେହ ପ୍ରେମ ଦୟା ଭକ୍ତିର ପୁର
ଅଟେ ମୋ ଭାରତ ମାଟି
ତା କୋଳେ ଜନମି ଧନ୍ୟ ହେଲୁ ଆମେ
ଚରଣେ ଯିବା ଲୋଟି ।