STORYMIRROR

Ghanashyam Biswal

Inspirational

4  

Ghanashyam Biswal

Inspirational

ସହୀଦ

ସହୀଦ

1 min
510

ମାତୃଭୂମିର

ମାନ, ସମ୍ମାନ ଆଉ ଗାରିମା ହେଉଛି

ମୋର ଜୀବନ ଧନ

ମୋ ମା ମାଟିର ସୁରକ୍ଷା ହେଉଛି

ମୋର ସୁନା ସପନ

ତାହାରି ପାଇଁ ଉତ୍ସର୍ଗ କରିଛି

ମୋ ଜୀବନ ପ୍ରାଣ

ଭେଦିବି ଶତୃର ଗୁଳିକୁ

ଧୋଇବି ମାଆର ଚରଣ

ରକତେ ମୋର

ଜିତିଲେ ହେବି

ବିଜୟୀ ବୀର

ଆଉ ହାରିଲେ ହେବି

ସହୀଦ

ଲଙ୍ଘିବି ଗିରି ଆଉ ସାତ ସମୁଦ୍ର

ସହିବି ତାତି ଆଉ

ଆଉ ଦେହ ଥରା ହାଡଭଙ୍ଗା କାକର

ଡେଇଁବି, ପଡିବି, ଉଠିବି

ମରିବି ଆଉ ବଞ୍ଚିବି

ମାଆ ପାଇଁ

କରୁଥିବି ସେବା

ନିଃସର୍ତ୍ତ ମନରେ

ଗାଉଥିବି ଗାଥା ମା ଭାରତୀର

କରିଛି ଶପଥ

ଆଉ ଦେଇଛି କଥା

ଲଢ଼ିବି ମାଆ ପାଇଁ

ହାରିବା ଯାଏ କି ମରିବା ଯାଏ

ଯୁଦ୍ଧକ୍ଷେତ୍ରେ ପଛେ ଗଡ଼ିଯାଉ ମୋର ମଥା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational