STORYMIRROR

Sahadev Behera

Inspirational

4  

Sahadev Behera

Inspirational

ମୋ ଭାରତ

ମୋ ଭାରତ

1 min
403


କେତେ ଜାତି ଫୁଲ ଫଳେ ହସେ ଧରା

ନାହିଁ ତାର ପଟାନ୍ତର 

ମହୁଲ, ଔଷଧ ,ଅମ୍ଳଜାନ ବାଷ୍ପ 

ଦେଇଥାଏ ନିରନ୍ତର ll


ନଦୀ ଜଳ ଧାର କେତେ ଉପକାର 

ଚାଷୀ ଲୋଡେ ବାରମାସ

କଳ କାରଖାନା ବିଦ୍ୟୁତ ଆଲୋକ 

କିଏ କରେ ମାଛ ଚାଷ ll


ନୌକା ବିହାର ପର୍ଯ୍ୟଟନସ୍ଥଳ

 ନଦୀବନ୍ଧେ ପୁରିଅଛି 

 ଜାତୀୟ ଉଦ୍ୟାନ, ଅଭୟ ଅରଣ୍ୟ 

 କେତେ ଯେ ତିଆରି ଅଛି ll

 

 ଶଇଳ ନିବାସ ପାନ୍ଥଶାଳା ପୁଣି 

 ମୋହେ ଜନମନ ପ୍ରାଣ 

 ସଦା ପରିଷ୍କାର ତା ସୁରକ୍ଷା ପାଇଁ 

 ନେବା ଆମେ ସବୁ ପଣ ll

  

 ତୁଙ୍ଗ ହିମଗିରି ସୁଷମାରେ ଭରା 

 ଉତ୍ତରେ ମୁକୁଟ ପରି 

 ଚରଣ ଧୁଅଇ ମହୋଦଧି ନିତି 

 ମାଆର ବନ୍ଦନା କରି ll

  

 ଐତିହ ସଂସ୍କୃତି ବେଦ ପରମ୍ପରା 

 ସ୍ବର୍ଣ୍ଣ ପ୍ରସୁ ମୋ ଭାରତ 

 କେତେ ବୀର ନାରୀ ସାଧୁ ସନ୍ଥ ଯୋଗୀ 

  ଜନମି ରଖିଲେ ଖ୍ଯାତ ll

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational