STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ଏକ ଏକ

ଏକ ଏକ

1 min
457


ଏକ ଏକ ଫୁଲ ମିଶିଲେ ହୁଏ ଫୁଲର ହାର

ପ୍ରଭୁଙ୍କ ଗଳାରେ ଲମ୍ବଇ ଦିଶେ କେଡ଼େ ସୁନ୍ଦର।

ଏକ ଏକ ଜଳ ବିନ୍ଦୁରେ ଝରି ବରଷା ଧାର

ଜୀବଜଗତର ଆଧାର ଜଳ ଜଗତ ସାର।

ଏକ ଏକ ତାରା ଗଗନେ ଫୁଟି ସନ୍ଧ୍ୟା ସମୟେ

ବିତରନ୍ତି ଜ୍ୟୋତି ଧାରକୁ ଦେଖ କେତେ ସେନେହେ‌।

ଏକ ଏକ ବୃକ୍ଷ ମିଶିଲେ ବନ ରାଇଜ ହୁଏ

ଅନେକ ପଦାର୍ଥ ଯତନେ ଜୀବମାନଙ୍କୁ ଦିଏ।

ଏକ ଏକ ଶିଶୁ ଯୋଗରେ ଗଢା ଶିକ୍ଷା ମନ୍ଦିର

ବିନ୍ଦୁ ବିନ୍ଦୁ ଜ୍ଞାନ ବିଭବେ ସୃଷ୍ଟି ଜ୍ଞାନ ସାଗର।

ଏକ ଏକ ଜନ ଯୋଗରେ ଦେଶ ହୋଇଛି ଗଢା

ଐକ୍ୟ ଓ ସଂହତି ବଳରେ ବିଶ୍ୱେ ହୋଇଛି ଛିଡ଼ା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational