Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Inspirational

3  

baijayantimala rout

Inspirational

ଅମୃତ ସନ୍ତାନ ସତ୍ଯାର୍ଥୀ

ଅମୃତ ସନ୍ତାନ ସତ୍ଯାର୍ଥୀ

1 min
498


ଭାରତ ମାତାର ଅମୃତ ସନ୍ତାନ

ସୁଯୋଗ୍ଯ ସତ୍ଯାର୍ଥୀ ତୁମେ ,

ଶାନ୍ତି ମୈତ୍ରୀ ପ୍ରେମ ତୁମ ପରିଚୟ

ପବିତ୍ର ଭାରତ ଭୂମେ ।

ସ୍ବେଚ୍ଛାକୃତ ଭାବେ ସେବା କରି ପୁଣି

ସ୍ବେଚ୍ଛାସେବୀ ବୋଲାଇଲ ,

ଶିଶୁର ବିକାଶେ ଦେଶର ବିକାଶ

ବାର୍ତ୍ତା ତୁମେ ଦେଇଗଲ ।

ପୀଡିତ ଦଳିତ ଲୋକଙ୍କ ପାଇଁକି

ନବ ଜାଗରଣ ଦେଲା ,

ଅନନ୍ଯ ପ୍ରତିଭା ଅଧିକାରୀ ହୋଇ

ଶିଶୁ ହୃଦେ ବାସ କଲ ।

ଶିଶୁଙ୍କ କଷଣ ନାସିବାର ଅର୍ଥେ

ସଂଗ୍ରାମ କଲ ଦେଶରେ,

ନ୍ଯାୟ ଦେଇ ତାଙ୍କୁ ଗୌରବ କରିଲ

ଖୁସି ଦେଇ ହୃଦୟରେ ।

ସାରା ବିଶ୍ବ ପାଇଁ ଶାନ୍ତି ଅଭିଯାନ

ଚଳାଇଲ ଦେଶ ପ୍ରେମେ,

ଶାନ୍ତି ନୋବେଲରେ ପୁରସ୍କୃତ ହେଲ

ଭାରତ ଗୌରବ ତୁମେ ।


Rate this content
Log in

Similar oriya poem from Inspirational