Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others

4.0  

Gyanendriya Dash

Inspirational Others

ଅବୁଝା ମନ

ଅବୁଝା ମନ

1 min
209



ଅବୁଝା ମନ ମୋ ବୁଝୁନାହିଁ ଜମା

ମଣିଷ ଚାଲି ଚଳଣି,

ବୁଝି ପାରୁନାହିଁ ମଣିଷ ପଣିଆ

ଲୋପ ପାଇ ବସିଲାଣି ।


ଅନ୍ୟାୟ ଦୁର୍ନୀତି କରୁଛି ରାଜୁତି

ଖୁଣ ହତ୍ୟା ଭୟ ଭ୍ରାନ୍ତି,

ବିବେକ ହୀନତା ସ୍ୱାର୍ଥରେ ବ୍ୟଗ୍ରତା

ମରିଯାଉଅଛି ଶାନ୍ତି ।


ବୁଝୁ ନାହିଁ ମନ କେମିତି ଚାଲିବ

ଆସୁଥିବା ଭବିଷ୍ୟତ,

ସ୍ନେହ ଶ୍ରଦ୍ଧା ଦୟା ଲୋପ ପାଉଅଛି

କେମିତି ମେଣ୍ଟିବ କ୍ଷତ ।


ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ଉନ୍ନତି

ହେବ କି ମହା ବିପଦ,

ଶିକ୍ଷିତ ମଣିଷ କୁକର୍ମରେ ଲିପ୍ତ

ଗ୍ରାସୁଛି ନିଶା ଓ ମଦ ।


ପୁରୁଣା ଦିନ ମୋ ମନେ ପଡୁଅଛି

ଗୋଟି ଗୋଟି କରି ଆଜି,

ଶାନ୍ତ ପରିବେଶ ସଂସ୍କୃତି ସଂସ୍କାର

ସୁଖେ ପରସ୍ପର ମଜ୍ଜି ।


ଖୋଜୁଛି ଆଜି ମୁଁ ଝୁରୁଛି ଆଜି ମୁଁ

ଖୁସିର ସେ ପିଲାଦିନ,

ଆଧୁନିକତାର ଅପସଂସ୍କୃତିକୁ

ବୁଝୁନି ଅବୁଝା ମନ ।


      


Rate this content
Log in

Similar oriya poem from Inspirational