Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଚୟନ

ଚୟନ

1 min
363



ଅଙ୍କାବଙ୍କା ପଥେ ଜୀବନର ରଥେ

ଚାଲଇ ମରତେ ପ୍ରତି ଚେତନ

କୁସୁମ କେବଳ ତା' ପଥେ ପ୍ରବଳ

ଯିଏ କରିପାରେ ଉଚିତ୍ ଚୟନ ।


ଭୁଲ୍ ପଥେ ଯଦି ତା' ପାଦର ଗତି

ଫେରି ଆସିବାକୁ ବହୁତ କଷ୍ଟ

ହରାଇ ଠିକଣା ଜୀବନେ ଯନ୍ତ୍ରଣା

ଭୋଗି ସମୟଟା ହୁଅଇ ନଷ୍ଟ ।


ପିତାମାତା ଗୁରୁ ହିତୈଷୀ ବାନ୍ଧବ

ଚୟନେ ସଭିଏଁ ଦେଖାଇ ପଥ

କର୍ମବୀର କରି ଗଢ଼ି ତୋଳିଥାନ୍ତି

ଜୀବନରେ ସାଜି ପରମ ମିତ । 


ସୁପରାମର୍ଶ ତୋଳଇ ହରଷ

ଆଗକୁ ବଢ଼ିବା ବାଟ ବତାଇ

ତାହାର ସ୍ବାଗତ ଜୀବନେ ଅମୃତ

ପିଇ ସନ୍ତୋଷରେ ହୃଦ ଭରଇ ।


ମନଟିକୁ ଧୋଇ ଶାନ୍ତି ଗଙ୍ଗାଜଳେ

ପରିତୃପ୍ତି ହସ ମୁଖେ ଫୁଟାଇ

ସୁଭାଗାରେ ତାକୁ କରି ପରିଣତ

ଆଶାତୀତ ସୁଖ ଭରି ଦିଅଇ ।


Rate this content
Log in

Similar oriya poem from Inspirational