STORYMIRROR

Bhagyashree Nanda

Inspirational

4  

Bhagyashree Nanda

Inspirational

ମୁଁ_ନାରୀ

ମୁଁ_ନାରୀ

1 min
413


ମୁଁ ନାରୀ 

ମୁଁ ଅବଳା କି ଦୁର୍ବଳା ନୁହେଁ 

ମୁଁ ଶକ୍ତି ଆଉ ଭକ୍ତି ର 

ଏକ ଶକ୍ତ ମାନସିକତା।


ମୁଁ ବହି ଯାଉଥିବା ନଦୀ ନୁହଁ 

କି ନଦୀରେ ଉଠୁଥିବା 

ବନ୍ୟା ବି ନୁହଁ 

ମୁଁ ସେ ମିଳନର ମୁହାଣ 

ନଦୀ ଆଉ ସାଗରର ।


ମୁଁ ଦିନ ନୁହେଁ 

ନାଁ ମୁଁ ରାତି 

ମୁଁ ସନ୍ଧ୍ୟା ନୁହେଁ 

କି ସକାଳ ନୁହେଁ

ମୁଁ ଜଳୁଥିବା ଶିଖାଟିଏ ସଳିତାର 

ସଞ୍ଜ ଓ ସକାଳର ।


ମୁଁ ପୁରୁଷର ଜନନୀ ନୁହଁ 

ନାଁ ମୁଁ ଭଗିନୀ

ନାଁ ମୁଁ ରମ୍ଭା ଆଉ ମେନକା 

ନାଁ ଶଯ୍ୟାସଙ୍ଗିନୀ

ହାରିଗଲା ବେଳେ ଜିତିବାର 

ମୁଁ ଏକ ପରିଭାଷାଟିଏ  ।


ମୁଁ ସୀତା ନୁହଁ 

ମୁଁ ସୀତାଙ୍କର ସେ କଷ୍ଟ 

ମୁଁ ଅଗ୍ନି ପରୀକ୍ଷାର 

ଜ୍ୱାଳା ସେ ଅଗ୍ନିର ..

ମୁଁ ନୁହଁ ସେ ଧରିତ୍ରୀ 

କି ଅଶୋକ ବାଟିକା ବି ମୁଁ ନୁହେଁ 

ମୁଁ ସେ ପ୍ରେରଣା ଆଉ ପ୍ରତିଜ୍ଞା 

ଯିଏ ଗଢିତୋଳିଥିଲା 

ସୀତା ଙ୍କୁ ଦିନେ ମା ରୂପେ ।


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational