STORYMIRROR

Bhagyashree Nanda

Inspirational

4  

Bhagyashree Nanda

Inspirational

ମୁଁ ନାରୀ

ମୁଁ ନାରୀ

1 min
363


ମୁଁ ନାରୀ 

ମୁଁ ଅବଳା କି ଦୁର୍ବଳା ନୁହେଁ 

ମୁଁ ଶକ୍ତି ଆଉ ଭକ୍ତିର 

ଏକ ଶକ୍ତ ମାନସିକତା ।


ମୁଁ ବହି ଯାଉଥିବା ନଦୀ ନୁହେଁ 

କି ନଦୀରେ ଉଠୁଥିବା 

ବନ୍ୟା ବି ନୁହେଁ 

ମୁଁ ସେ ମିଳନର ମୁହାଣ 

ନଦୀ ଆଉ ସାଗରର।


ମୁଁ ଦିନ ନୁହେଁ 

ନାଁ ମୁଁ ରାତି 

ମୁଁ ସନ୍ଧ୍ୟା ନୁହେଁ 

କି ସକାଳ ନୁହେଁ

ମୁଁ ଜଳୁଥିବା ଶିଖାଟିଏ ସଳିତାର 

ସଞ୍ଜ ଓ ସକାଳର ।


ମୁଁ ପୁରୁଷର ଜନନୀ ନୁହେଁ 

ନାଁ ମୁଁ ଭଗିନୀ

ନାଁ ମୁଁ ରମ୍ଭା ଆଉ ମେନକା 

ନାଁ ଶଯ୍ୟା ସଙ୍ଗିନୀ

ହାରିଗଲା ବେଳେ ଜିତିବାର 

ମୁଁ ଏକ ପରିଭାଷାଟିଏ ।


ମୁଁ ସୀତା ନୁହଁ 

ମୁଁ ସୀତାଙ୍କର ସେ କଷ୍ଟ 

ମୁଁ ଅଗ୍ନି ପରୀକ୍ଷାର 

ଜ୍ୱାଳା ସେ ଅଗ୍ନିର

ମୁଁ ନୁହେଁ ସେ ଧରିତ୍ରୀ 

କି ଅଶୋକ ବାଟିକା ବି ମୁଁ ନୁହେଁ 

ମୁଁ ସେ ପ୍ରେରଣା ଆଉ ପ୍ରତିଜ୍ଞା 

ଯିଏ ଗଢିତୋଳିଥିଲା 

ସୀତାଙ୍କୁ ଦିନେ ମା ରୂପେ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational