STORYMIRROR

Bhagyashree Nanda

Others

4  

Bhagyashree Nanda

Others

ମୁଁ

ମୁଁ

1 min
354

ମୁଁ,

ବହିଯିବି ନଦୀ ସାଥେ 

ମିଶିଯିବି ସାଗରରେ 

ଜଳିଯିବି ନିଆଁ ସାଥେ 

କୁହୁଳିବି ଅଙ୍ଗାରରେ 

ହେଲେ ମୁଁ ,

ମୁଁ ହେଇ ରହିଥିବି 

ଏ ମୁହୂର୍ତ୍ତ ରୁ ଅନ୍ତ ଯାଏଁ ।।


ମୁଁ,

ଫୁଲ ହେଇ ଫୁଟିଯିବି 

ମହକିବି ବାସ୍ନା ହେଇ 

ମାଳି ହେଇ ଜଗିଥିବି 

ପୂଜା ହେଇ ପୂଜୁଥିବି 

ଝାଉଁଳିବି ବାସୀ ହେଇ 

ପବନରେ ଝୁମୁଥିବି 

ହେଲେ ମୁଁ,

ମୁଁ ହେଇ ରହିଥିବି 

ମଉଳା ଫୁଲର ପାଖୁଡା ହେଇ  ।।


ମୁଁ 

ଅସ୍ତ ହେବି ସନ୍ଧ୍ୟା ହେଇ 

ପାହିଯିବି ରାତି ହେଇ 

ନିଦ ହେଇ ଶୋଇଯିବି 

ପୁରା ହେବି ସ୍ବପ୍ନ ହେଇ 

ହେଲେ ମୁଁ 

ମୁଁ ହେଇ ରହିଥିବି 

ସ୍ବପ୍ନ ସବୁ ଭାଙ୍ଗିଗଲା ପରେ ବି ।।


ମୁଁ 

ଜନ୍ମ ହେଇ ସୃଷ୍ଟି ହେବି

ଜୀବନ ହୋଇ ଜୀଇଁଯିବି 

ମରିଯିବି ମୃତ୍ୟୁ ହୋଇ 

ସତ୍କାର ହେବି ଶବ ହେଇ 

ମାଟି ହେଇ ମିଶିଯିବି 

ହେଲେ ମୁଁ 

ମୁଁ ହେଇ ରହିଥିବି 

ଜନ୍ମ ଜନ୍ମାନ୍ତର ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍