STORYMIRROR

Bhagyashree Nanda

Romance Tragedy

3  

Bhagyashree Nanda

Romance Tragedy

ମୁଁ ଚାଲିଗଲା ପରେ

ମୁଁ ଚାଲିଗଲା ପରେ

1 min
235


ମୁଁ ଚାଲିଗଲା ପରେ 

ବୁଣିଦେବ 

ମୋ ସ୍ବପ୍ନ ସବୁକୁ 

ତୁମ ଅଗଣା ରେ 

ଭିଜା ମାଟିପରେ |

ସିଞ୍ଚି ଦେବ ପାଣି 

ଆଞ୍ଜୁଳା ଆଞ୍ଜୁଳା କରି 

ଢ଼ାଲିବନି ଲୁହ 

କାଳେ ମୁଁ ଝରିଯିବି |


ଆଙ୍କି ଦେବ 

ଆମ ସ୍ମୃତିକୁ 

ତୁମ ମନ ତଳର 

ଶୂନ୍ୟ କାନଭାସ ପରେ |

ଝୁରିବନି ମୋତେ 

ଅଧା ଛାଇ ଆଲୁଅରେ 

କେଉଁ ଏକ 

ନିରବ ରାତିରେ |


ଜାଳିଦେବ ସବୁ କିଛି 

ଆମ ତିକ୍ତ ଅନୁଭୂତି

ଓ ଅଧାଗଢା ସ୍ମୃତି 

ମୋ ଶବ ସାଥିରେ |

ମୋତେ ଜାଳିଦେଲା ପରେ 

ହସି ହସି ଦେବ ବିଦାୟ 

ମୋ ଅତି ପ୍ରିୟ ଆପଣାର 

ବନ୍ଧୁ ପରିଜନ ସାଥେ |


ଫେରି ମୁଁ ଆସିବି

ଫୁଲ ହେଇ ଫୁଟି ଯିବି 

ତୁମ ଅଗଣା ରେ |

ତୁମେ ବୁଣିଥିବା

ମୋ ସ୍ବପ୍ନର ବୀଜ ରେ 

ତୃଣ ହେଇ ସୃଷ୍ଟି ହେବି 

କେଉଁ ଏକ ଅପରା଼ହ୍ନେ

ତୁମ ଅଜାଣତେ | 


Rate this content
Log in

Similar oriya poem from Romance