STORYMIRROR

Kiranbala Rath

Inspirational

4  

Kiranbala Rath

Inspirational

ବିଶ୍ୱ ମହିଳା ଦିବସ

ବିଶ୍ୱ ମହିଳା ଦିବସ

1 min
358

ଆନ୍ତର୍ଜାତିକ ମହିଳା ଦିବସଟି

ମହିଳାଙ୍କ ପାଇଁ ଦିନଟିଏ

ମମତାମୟୀ ସେ ଚିର ବନ୍ଦନୀୟା

କଲ୍ୟାଣମୟୀ ନାରୀ ସିଏ ।


ସୃଷ୍ଟି କାରିଣୀ ସେ ଦକ୍ଷତା ସମ୍ପୂର୍ଣ୍ଣା

ପରିବାର ପାଇଁ ରତ୍ନଟିଏ

ଦୁହିତା ନାମରେ ନିଜେ ପରିଚିତା

କୂଳ ମର୍ଯ୍ୟାଦାର ମଣି ସିଏ ।


ସମ ଦୁଃଖିନୀ ସେ ସ୍ନେହମୟୀ ସିଏ

ହୃଦୟେ କରୁଣା ଭରିଥାଏ।

ନାରୀ ନୁହେଁ ଆଜି ଅବଳା ଦୁର୍ବଳା

ସାହସିକତାର ମୂର୍ତ୍ତିଟିଏ ।


ଶକ୍ତି ସାହସ ଧୈର୍ଯ୍ୟର ପ୍ରତିମୂର୍ତ୍ତି

ସବୁ କ୍ଷେତ୍ରରେ ଆଜି ପ୍ରତିଷ୍ଠିତ

ଆକାଶେ ଉଡୁଛି ପାଣିରେ ବୁଡୁଛି

ଅନ୍ୟ ଗୃହେ ପାଦ ତା'ର ସ୍ଥାପିତ।


ପରିବାର ଯତ୍ନ ଖୁସିରେ ନେଉଛି

କରୁଅଛି ସମାଜର ସେବା

କମ୍ପାନୀ ଚଳାଉଛି ଶତ୍ରୁ ମାରୁଛି

କି ଉପମା ତା'କୁ ଆଉ ଅବା ଦେବା।


ନାରୀଟିଏ ସିଏ ଭିନ୍ନ ଭିନ୍ନ ତା'ର ରୂପ 

ଝିଅ, ମାଁ, ଭଉଣୀ ରତ୍ନଟିଏ

ସଭିଙ୍କୁ ସମ୍ଭାଳେ ଖୁସି ଦେଇଥାଏ

ନିଜ କଥା ନିଜେ ଭୁଲିଯାଏ।


ନାରୀ ବିନା ନୁହେଁ ଘର ସୁରକ୍ଷିତ

ଶୂନଶାନ୍ ଲାଗେ ସବୁକିଛି

ନାରୀ ନାରାୟଣୀ ମହିଷାମର୍ଦ୍ଦିନୀ

କ୍ରୋଧାଗ୍ନିରେ ଜାଳେ ସବୁ କିଛି।


ଯେଉଁ ମହିଳା ହୁଏ ଘରର ଶୋଭା

ତା'କୁ କର ନାହିଁ ହତାଦର

ସ୍ନେହ ଆଦରରେ ବାନ୍ଧିଣ ରଖିଲେ

ସେ ଘର ହୋଇବ ସ୍ବର୍ଗପୁର ।


ଜନ୍ମ ଠାରୁ ମୃତ୍ୟୁ ଯେତେ ଦୂର ଥାଏ

ସବୁଠି ମହିଳା ଦରକାର

ସମଗ୍ର ବିଶ୍ଵରେ ସବୁ ମହିଳାଙ୍କୁ

 ଶୁଭେଚ୍ଛାରେ ଦେଲି ପୁଷ୍ପହାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational