STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ସାତ ରଙ୍ଗ ନେଇ ଆସୁଛି ହୋଲି

ସାତ ରଙ୍ଗ ନେଇ ଆସୁଛି ହୋଲି

1 min
389

ରଙ୍ଗ ପିଚକାରୀ ଧରି

ସାତ ରଙ୍ଗ ନେଇ ଆସୁଛି ହୋଲି

ଆସୁଛି ହୋଲି ଲୋ

ସଜ ହୁଅ ବେଗ କରି ।


ଆସିବ ଦୋଳବିମାନ

ବସିଥିବେ ରାଧା ରାଧାମୋହନ

ରାଧାମୋହନ ଲୋ

କରିବା ଆମେ ଦର୍ଶନ ।


ଆସ ଲୋ ବଉଳ ମିତ

ଆସ ଆସ ମୋର ସଇ ସଙ୍ଗାତ

ସଇ ସଙ୍ଗାତ ଲୋ

ଗାଇବା ହୋଲିର ଗୀତ ।


ଧରି ରଙ୍ଗ ପିଚକାରୀ

ଆନନ୍ଦ ମନରେ ଖେଳିବା ହୋଲି

ଖେଳିବା ହୋଲି ଲୋ

ମାରି ରଙ୍ଗ ପିଚକାରୀ ।


ପ୍ରାକୃତିକ ସାତ ରଙ୍ଗ

ଯୋଗାଡି ରଖିବା ଆସ ମୋ ସାଙ୍ଗ

ଆସ ମୋ ସାଙ୍ଗ ଲୋ

ଖେଳିବା ହୋଲିରେ ରଙ୍ଗ ।


ବରଷକେ ଥରେ ପରା

ଆସୁଛି ଏ ହୋଲି ବାଇ ନାଗରା

ବାଇ ନାଗରା ଲୋ

ଆସ ହୋଇ ଧରାପରା ।


ବସନ୍ତ ରାସ ଏ ହୋଲି

ଆସ ଆସ ସର୍ବେ ନକର ଡେରି

ନକର ଡେରି ଲୋ

ରଙ୍ଗର ପରବ ହୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational