STORYMIRROR

Binodini Dash

Inspirational

4  

Binodini Dash

Inspirational

କିଏ ମୋତେ ଦେବ ହଜିଲା ଅତୀତ

କିଏ ମୋତେ ଦେବ ହଜିଲା ଅତୀତ

1 min
323

ହଜିଲା ଅତୀତ ସଦା ମହକିତ

ଆଜି ବି ଜାଗ୍ରତ ମନେ

କେତେ ମଧୁମୟ ଥିଲା ତା'ର ମୋହ

ଭୁଲି ନ ପାରେ ଜୀବନେ 

ଭାବଇ ପ୍ରତିକ୍ଷଣ

କେଉଁ ଦୋଷ ପାଇଁ ହାତ ଛାଡ଼ି ଦେଇ

ତୁଟାଇ ଦେଲ ବନ୍ଧନ

ହେଲେ ମୋଠୁ କେବେ ନାହଁ ଭିନ୍ନ ।


ତୁମରି ସ୍ମୃତିରେ ପ୍ରୀତିର ଲୁହରେ

ମାନସରେ ଧୋଇ ପାଦ 

ଜୀବନ ବୀଣାରେ ବେସୁରା ସୁରରେ

ନରଖି ମନରେ ଖେଦ

ଶୁଭ ମନାସୁଥିବି

ଭଲ ପାଇବାରେ ଟିକେ ତୁମଠାରେ

କେବେ ଊଣା ନ କରିବି

ଯେଣୁ ତୁମେ ମୋ ସପନ ଛବି ।


ତୁମେ ମୋ ନିଃଶ୍ୱାସ ତେମେ ମୋ ଆଶ୍ବାସ

ଯେଣୁ ମୋ ପ୍ରଥମ ପ୍ରେମ

ଆରମ୍ଭ ତୁମଠି ଶେଷ ବି ତୁମଠି

ଏଥେ ନାହିଁ ଟିକେ ଭ୍ରମ

ହେଲେ ପଚାରେ ଆଜି

କିଏ ମୋତେ ଦେବ ହଜିଲା ଅତୀତ

ଆଉ କି ପାରିବି ଭିଜି

କେଉଁ ଲାଭ ଅବା ବୃଥା ଖୋଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational