Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Yagnaseni Panda

Inspirational

4  

Yagnaseni Panda

Inspirational

ପରିବାର

ପରିବାର

1 min
297


ସ୍ନେହ ମମତାରେ ଗଢ଼େ ପରିବାର

  ପ୍ରେମରେ ବସଇ ଘର

ହିଂସା ପ୍ରତିହିଂସା ଭାଙ୍ଗେ ସେହି ନିଡ଼

  ନକରିବ ଯଦି ନିଜର ।।


ସେବା ଯତ୍ନ ଆଉ ବାପା ମା ଗାଳି

  ଭାଇ ଭଉଣୀର ଝଗଡା

ଜେଜେମା ଗପ ଆଉ କାହାଣୀ ପେଡି

  ନଥାଏ କିଛି ସେଠି ଅଲଡା।।


ପରିବାର ନେଇ ସାହିଟିଏ ହୁଏ

  ସାହିକୁ ନେଇ ଯେ ଗାଁ

ଗାଁକୁ ନେଇ ଯେ ରାଜ୍ୟ ଦେଶ ହୁଏ

  ତାହାକୁ ନେଇ ଏ ଦୁନିଆଁ।।


ପରିବାର ସ୍ନେହ ସରାଗରେ ଭରା

  ମିଳେ ନାହିଁ ଆଉ କୋଉଠି

ଯେତେ ଖୋଜିଲେ ବି ମିଳେ ନାହିଁ ପରା

  ନନ୍ଦନକାନନ ସେଇଠି।।


ଦୁଃଖ ସୁଖ ବେଳେ ଠିଆ ହୁଏ ପରା

  ପରିବାର ଏକା ସାଥିରେ

ଜଣା ପଡେ ନାହିଁ ସମୟ ର ସ୍ରୋତ

  ବହି ଚାଲେ କେବେ କୁଆଡେ।।


ପରସ୍ପର ହାତ ଧରା ଧରି ହେଇ 

  ଚାଲି ଯାଏ ଏଇ ଜୀବନ

କିଏ କାନ୍ଦେ ପୁଣି କିଏ ପୋଛୁ ଥାଏ

  ଲୁହ ଭିଜା ଆଖି ନୟନ।।


ମିଳି ମିଶି ଯେବେ ରହିଯିବା ଆମେ

  ସୁଖ ଦୁଃଖ ସାଥେ ବାଣ୍ଟି

ପରିବାର ତେବେ କହିବା ତାହାକୁ

  ସୁଖ ନବା ଖାଲି ସାଉଁଟି।।



Rate this content
Log in

Similar oriya poem from Inspirational