STORYMIRROR

Yagnaseni Panda

Abstract Inspirational

3  

Yagnaseni Panda

Abstract Inspirational

ନାରୀ ହିଁ ନାରୀର ଶତ୍ରୁ

ନାରୀ ହିଁ ନାରୀର ଶତ୍ରୁ

1 min
235


ପ୍ରତିହିଂସା ଜର୍ଜରିତ ମାନସିକ ତାର

ଅଜଣା ଅଛପା ଚିନ୍ତା ଓ ଚେତନାର

ନାରୀର ମାୟା ନାରାୟଣଙ୍କୁ ଅଗୋଚର

କରୁଛି ସମାଜେ ଅପମାନ ନାରୀ ହିଁ ନାରୀର।।


ଦିଶୁନାହିଁ କାହିଁ ସମ୍ଭାବନା ଉଦାରତାର

ନାରୀଟେ ସହେ ନାହିଁ ସୁଖ ଅନ୍ୟ ନାରୀର

ପରସ୍ପର ମଧ୍ୟରେ ସୃଷ୍ଟି କରେ କନ୍ଦଳ

ଖୋଜୁଛି ନାରୀଟେ ନାରୀ ଠାରୁ ଅଧିକାର।।


ଘୋଡାଉଛି ସଦା ପରାଧୀନତାର ଚାଦର

ଦେଉ ନାହିଁ ଅନୁମତି ନିଜ ପାଇଁ ଅଧିକାର

ଟପିଯାଏ ସୀମା ସ୍ୱାର୍ଥପରତାର

ଚର୍ଚ୍ଚା କରେ ପରର ପୁଣି ସେ ଅଧିକ ଅନ୍ୟ ନାରୀର।।


ନାରୀଟିଏ ହେଇ ପକାଏ ସମ୍ମାନ ଅନ୍ୟ ଏକ ନାରୀର

ତଥାପି ଭାଙ୍ଗେନି ଗର୍ବ ଆଉ ଅହଂକାର

ଛାତି ପିଟି କହେ ମୁଁ ନିର୍ଦୋଷ ଆଉ ନିଖୁର

ତଥାପି ନାରୀଟେ ଶୁଣେ ନାହିଁ କ୍ରନ୍ଦନ ଅନ୍ୟନାରୀର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract