STORYMIRROR

Yagnaseni Panda

Inspirational

4  

Yagnaseni Panda

Inspirational

ପରିବାର

ପରିବାର

1 min
314


ସ୍ନେହ ମମତା ରେ ଗଢ଼େ ପରିବାର

   ପ୍ରେମରେ ବସଇ ଘର

ହିଂସା ପ୍ରତିହିଂସା ଭାଙ୍ଗେ ସେହି ନିଡ଼

   ନକରିବ ଯଦି ନିଜର ।।

ସେବା ଯତ୍ନ ଆଉ ବାପା ମା ଗାଳି

   ଭାଇ ଭଉଣୀର ଝଗଡା

ଜେଜେମା ଗପ ଆଉ କାହାଣୀ ପେଡି

   ନଥାଏ କିଛି ସେଠି ଅଲଡା।।

ପରିବାର ନେଇ ସାହି ଟିଏ ହୁଏ

    ସାହିକୁ ନେଇ ଯେ ଗାଁ

ଗାଁକୁ ନେଇ ଯେ ରାଜ୍ୟ ଦେଶ ହୁଏ

   ତାହାକୁ ନେଇ ଏ ଦୁନିଆଁ।।

ପରିବାର ସ୍ନେହ ସରାଗରେ ଭରା

   ମିଳେ ନାହିଁ ଆଉ କୋଉଠି

ଯେତେ ଖୋଜିଲେବି ମିଳେ ନାହିଁ ପରା

    ନନ୍ଦନକାନନ ସେଇଠି।।

ଦୁଃଖ ସୁଖ ବେଳେ ଠିଆ ହୁଏ ପରା

   ପରିବାର ଏକା ସାଥିରେ

ଜଣା ପଡେ ନାହିଁ ସମୟର ସ୍ରୋତ

   ବହି ଚାଲେ କେବେ କୁଆଡେ।।

ପରସ୍ପର ହାତ ଧରା ଧରି ହେଇ 

   ଚାଲି ଯାଏ ଏଇ ଜୀବନ

କିଏ କାନ୍ଦେ ପୁଣି କିଏ ପୋଛୁ ଥାଏ

   ଲୁହ ଭିଜା ଆଖି ନୟନ।।

ମିଳି ମିଶି ଯେବେ ରହିଯିବା ଆମେ

   ସୁଖ ଦୁଃଖ ସାଥେ ବାଣ୍ଟି

ପରିବାର ତେବେ କହିବା ତାହାକୁ

   ସୁଖ ନବା ଖାଲି ସାଉଁଟି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational