STORYMIRROR

Yagnaseni Panda

Others

3  

Yagnaseni Panda

Others

ଅନୁଭବରେ ମହାବାତ୍ୟା

ଅନୁଭବରେ ମହାବାତ୍ୟା

1 min
190


ଇତିହାସର ଏକ ଅଙ୍ଗେନିଭା ଅନୁଭୂତି

ମହାବାତ୍ୟାର କରାଳ କରୁଣ ଚିତ୍ର

ସତରେ ,ଅଭୁଲା, ଅବିସ୍ମରଣୀୟ

କାରଣ ବାସ୍ତବରେ ଥିଲା ତାହା ବିଚିତ୍ର।୧।


ଭାବିନଥିଲି ସେ ସାତଦିନ ହେବ

ଜୀବନର ସବୁଠାରୁ ଦୁର୍ଦ୍ଦିନ 

ଯେବେ ଉପବାସ ଘରେ ଖାଦ୍ୟ ଥାଇ

ଅନ୍ୟ ପେଟର ଭୋକ ଥିଲା ତା କାରଣ। ୨।


ବୟସ ନଥିଲା ବେଶିକିଛି

ଥିଲି ଏକ ଚପଳ ମତି କିଶୋରୀ

ନଦୀ କୂଳରେ ଥିଲା ଘର

ବନ୍ୟାକୁ ଅନୁଭବ କରୁଥିଲି ବାରମ୍ବାର।୩।


ମନରେ ନଥିଲା ଭୟ ଥିଲା ଉତ୍ସାହ

କାଠି ଦୁଇଖଣ୍ଡ ଧରି ଦୌଡୁ ଥିଲି ନଦୀକୂଳକୁ

ମାପିବାକୁ ନୁହେଁ ଜଳର ଗଭୀରତା 

କିନ୍ତୁ ମାପି ବାକୁ ଜଳର ଦୂରତା।୪।


୧୯୯୯ ଅକ୍ଟୋବର ୨୯ତାରିଖ

ହଁ ପ୍ରଳୟ ମହାବାତ୍ୟାର ଦିନ

ଶୁକ୍ରବାର ର ରାତି ଥାଏ ଦୁଇ ଘଣ୍ଟା

ହଠାତ ଶୁଣିଲୁ ଲୋକଙ୍କ ଗର୍ଜନ।୫।


ଜଳର ଦୂରତା ସାଙ୍ଗକୁ ଗଭୀରତା 

ପୁରା ଗାଁକୁ ଶ୍ୱେତ ବର୍ଣ୍ଣ କଲା

ଯୁଆଡେ ଚାହିଁଲେ ଜଳ ଆଉ ଜଳ

ତା ସାଙ୍ଗକୁ ଜୀବଜନ୍ତୁଙ୍କ ଆଡ୍ଡା ଦିଶିଲା।୬।


ଗାଈ ଗୋରୁଙ୍କ ଚିତ୍କାରରେ

ଭାଙ୍ଗୁଥିଲା ଗାଁର ନୀରବତା

ମୁଁ ଦୌଡୁ ଥିଲି ସାଙ୍ଗ ସହ ସାହିକୁ

ଦେଖିବାକୁ ଲୋକଙ୍କ ଅବସ୍ଥା।୭।


ମିଳୁଥିଲା ଖବର ମୃତ୍ୟୁର

ଆଉ କେଉଁ ଠାରୁ ହଜିଯିବାର

ଦେହ ଥରି ଉଠୁ ଥିଲା

ଭାବୁଥିଲି ନ ପଡୁ ମୋ ନଜର।୮।


ମୋ ଘରଟି ଥିଲା ସବୁଠାରୁ ଉଚ୍ଚା

ଛୁଇଁ ନ ପାରିଲା ଜଳର କରାଳ ରୂପ

ପାଲଟିଲା ଆଶ୍ରୟ ସ୍ଥଳି ସଭିଙ୍କ ପାଇଁ

ଯେବେ ଲୋକେ ହେଲେ ଆଶ୍ୱସ୍ଥ।୯।


ସାତ ଦିନ ପାଣି ଘେରରେ

କି କଷ୍ଟ, କି ହା ହା କାର

ଭାବିଲି ଏବେ ବୁଝିବେ ଲୋକେ

ସମାନତା ଧନୀ ଗରୀବର।୧୦। 


ଛାତିଏ ପାଣିରେ ପ୍ରବେଶ, ଆଉ

ଗାଈ ଗୋରୁଙ୍କ ପାଇଁ ଖାଦ୍ୟ ସଂଗ୍ରହ

ନିଜ ଖାଇବା ଅନ୍ୟକୁ ବାଣ୍ଟିବାର ସୁଖ

ମୋତେ ପରିବର୍ତ୍ତନ କଲା ସମ୍ପୂର୍ଣ୍ଣ।୧୧।


ବାତ୍ୟା ଛାଡ଼ିଗଲା, ବନ୍ୟା ବି ଛାଡିଲା

ପଶିଲା ରାଜନୀତିର ଚକ୍ରାନ୍ତ

ନଥିବା ଲୋକଙ୍କୁ ନମିଳିଲା କିଛି

ଥିବା ଲୋକ ହେଲେ ସମ୍ଭ୍ରାନ୍ତ । ୧୨।


ଖାଦ୍ୟ ,ବସ୍ତ୍ର, ବାସଗୃହ

ନଥିଲା ମୌଳିକ ଆଵଶ୍ୟକତା

 ଗରିବତ୍ୱ ହିଁ ଆମ ଭାଗ୍ୟ 

ଭାବି ରହିଗଲେ ବହୁ ଲୋକ ।୧୩।


ବାସଗୃହ ଥିବା ଲୋକ ପାଇଲେ 

ଗଣ୍ଡା ଗଣ୍ଡା ପଲିଥିନ ଆଉ ପକ୍କା ଘର

କିନ୍ତୁ ସତରେ ଭୋଗିଥିବା ଲୋକ

ପାଇଲେ ଖାଲି ତିରସ୍କାର।୧୪।


ପ୍ରାର୍ଥନା ଏତିକି ଜଗନ୍ନାଥ ପାଖେ 

ନ ଦିଅ ଏ ଦୁଃଖ କାହାକୁ

କିନ୍ତୁ ମଣିଷ ଯେବେ ବିପଥେ ଯିବେ

ଆଣିବେ ତ ସେ ରାସ୍ତାକୁ।୧୫।


ଏଇ ହେଲା ମୋର ଅନୁଭୂତି

କଳିଯୁଗରେ ପ୍ରଳୟଙ୍କରୀ ବାତ୍ୟାର

ଏଇ ଯେ ଆମ ସମାଜ 

ଏଇ ସହାନୁଭୂତି ଜଣକ ପାଇଁ ଜଣଙ୍କର।୧୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍