STORYMIRROR

Yagnaseni Panda

Abstract Others

4  

Yagnaseni Panda

Abstract Others

ଶଙ୍ଖା ସିନ୍ଦୁର

ଶଙ୍ଖା ସିନ୍ଦୁର

1 min
236


ଅମୁଲ ମୂଲ ଯେ ଶଙ୍ଖା ସିନ୍ଦୁର

ସଧବା ନାରୀର ସନ୍ତକ     

ସବୁ ଚାଲିଯାଇ ନଥିଲେ କିଛି

ହୁଏ ବିବାହର ପ୍ରତୀକ।। 


ଜାଣିବି ଝିଅ ଯିବ ପର ଘର

ପିନ୍ଧି ଥାଏ ଶଙ୍ଖା ସିନ୍ଦୁର

ତଥାପି ନିଏ ଆପଣେଇ ତାକୁ

କରିଣ ସମ୍ମାନ ଆଦର।।


ନାରୀଟିର ଶୋଭା ବର୍ଦ୍ଧନ ହୁଏ

ପାଖେ ଥାଏ ଶଙ୍ଖା ସିନ୍ଦୁର

ଚହଟେ ହାତ ଆଉ ମଥାମଣି

ନାଲି ଶଙ୍ଖା ନାଲି ବିନ୍ଦୁର ।।


ସାତ ଜନମକୁ କରିବ ସାଥି 

କରିଦିଏ ସେଯେବେ ପଣ

ଶଙ୍ଖା ସିନ୍ଦୁରକୁ ଆଦରି ପୁଣି

ଆସେକରି ଛାତିକୁ ଟାଣ।।


ବାପା ମା ଭାଇ ଭଉଣୀ ମମତା

ଭୁଲି ଯୋଡ଼େ ନୂଆ ସମ୍ପର୍କ

ଆସୁ ଆସୁ ସେ ନକଲେ ନିଜର

ଶୁଣେ, ଶିଖେଇନି ମା କର୍ତ୍ତବ୍ୟ ?


ବଢି ଚାଲେ ଖାଲି ପାଇବା ଆଶା 

ପରର ଝିଅ ଯେବେ ଆସେ

ଦେବା କଥା ଯଦି ସେ ଝିଅ କହେ

କୁଭାଷାର ଗଞ୍ଜଣା ଭାସେ।।


ଦିଏ ସେ ସମ୍ମାନ ଶଙ୍ଖା ସିନ୍ଦୁର 

କରେ ଯେ ନାନା ବାର ଓଷା

ଶାଶୁ ଘର ପାଇଁ ଜୀବନ ଯାଏ

ପାଏ ସ୍ନେହ ନୁହେଁ ଦୁର୍ଭାଷା।


ଦିଅଯେ ଶଙ୍ଖା ସିନ୍ଦୁର ବୋହୂକୁ

ଝିଅ ପରି ନରଖ କାହିଁ ?

ବୁଝିବାକୁ ଦିଅ ସମୟ ତାକୁ

ନିଜମାନ ମର୍ଯ୍ୟାଦା ପାଇଁ।।


ବୋହୂକୁ ବୁଝାଇଦବା ଆଗରୁ

ପୁଅକୁ ଯେ ବୁଝାଇ ଦିଅ

ନିଜ କର୍ତ୍ତବ୍ୟ କରିଲେ ସର୍ବଦା

ହେବ 'ଶଙ୍ଖାସିନ୍ଦୁର' ଜୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract