STORYMIRROR

Yagnaseni Panda

Children

4  

Yagnaseni Panda

Children

ଗୁରୁ ତୁମେ ମହାନ

ଗୁରୁ ତୁମେ ମହାନ

1 min
237

ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର

ସ୍ୱରୁପ ଆମ ଗୁରୁଙ୍କର ।


କେବେ ହିଁ ନମଣିବ ନର 

ସେ ହିଁ ତ ସାକ୍ଷାତ ଈଶ୍ୱର।


ନେଲେ ତାଙ୍କରି ଆଶୀର୍ବାଦ

ଅସମ୍ଭବ ହୁଏ ସମ୍ଭବ ।


ପାଇଲେ ତାଙ୍କ ଅଭିଶାପ

ଅସଫଳ ହୁଅନ୍ତି ଲୋକ।


ପ୍ରସିଦ୍ଧ ଏ ଭାରତ ବର୍ଷ

ନେଇ ଗୁରୁ ଶିଷ୍ୟ ସମ୍ପର୍କ।


ଦୁରାନ୍ତି ଅଜ୍ଞାନ ଅନ୍ଧାର

ଗୁରୁ ବିନା ଚାଲେନା ସଂସାର।


ଜନ୍ମ,କର୍ମ ଓ ଶିକ୍ଷା ଦାତା

ଆସନ୍ତି ହଇଣ ପିତା ମାତା।


ପ୍ରଥମ ଗୁରୁ ସେ ଆମର

ଶିକ୍ଷା ଗୁରୁ ଯେ ଦ୍ୱିତୀୟର।


କେତେ ଗୁରୁ ଯେ ଜୀବନରେ 

ଆସନ୍ତି ଯାନ୍ତି ଥରେ ଥରେ।


ଚାଲିଛି ଏବେ କଳି ଯୁଗ

ନାହିଁ ଉପବନ,ମଣ୍ଡପ ।


ଉଦେଶ୍ୟ ଯେ ଗୁରୁ ସମ୍ମାନ

ଦିନଟେ ଦେଲେ ରାଧାକ୍ରିଷ୍ଣ ।


ଗୁରୁ ଦିବସ ୫ସେପ୍ଟେମ୍ବର

ଜନ୍ମଦିନ ଯେବେ ତାଙ୍କର ।


ପବିତ୍ର ଗୁରୁ ଶିଷ୍ୟ ସମ୍ପର୍କ

ଆଙ୍ଗୁଳି କାଟିଲେ ଏକଲବ୍ୟ ।


ପର୍ଶୁରାମ, ଭୀଷ୍ମ ,କର୍ଣ୍ଣ ଙ୍କର

ଦ୍ରଣ।ଚାର୍ଯ୍ୟ ଯେ ଏକଲବ୍ୟର ।


ସନ୍ଦିପନି, ନାରାୟଣର

ଉପମନ୍ୟୁ ଯେ ଅର୍ଜ୍ଜୁନର ।


ପଥ ମୁକ୍ତିର ଗୁରୁ ଆଜ୍ଞା

ଆଧ୍ୟାତ୍ମିକ ବା ସାଂସାରିକ ।


ପାଦେ ପ୍ରଣାମ ସେ ଗୁରୁଙ୍କୁ

ଶିକ୍ଷିତ କରାନ୍ତି ଆମକୁ ।


ଆଜିର ଗୁରୁ ଟିକେ ଭିନ୍ନ

କହନ୍ତି ସବୁ ଶିଷ୍ୟ ଗଣ ।


ନାଁ ଟି ଆରମ୍ଭ ହୁଏ 'ଶ' ରୁ

ଶିକ୍ଷକ ନାମେ ବଲାନ୍ତି ଗୁରୁ ।


ନମସ୍କାର ପ୍ରଣାମ ହଯାଏ

ବଦଳରେ ପାଏ ହେଲ ହାଏ ।


ଗୁରୁ ଠାରୁ ଆଜି ଶିଷ୍ୟ ବଳେ

ଯୁଗ ବଦଳିଛି ଯୁକ୍ତି କରେ ।


ପ୍ରଯୁକ୍ତି ବିଦ୍ୟାରେ ପାରଙ୍ଗମ

ବୋଲାଏ ଗୁରୁଙ୍କୁ ଅଜ୍ଞାନ।


ଗୂଗଲ ସବୁ ଉତ୍ତର ଦିଏ

ଜ୍ଞାନ ବୋଲି ସେ ପାସରି ଥାଏ।


କିଛିଶିଷ୍ୟ ଆଜିବି ଅଛନ୍ତି

ଗୁରୁଦକ୍ଷିଣା ନିଶ୍ଚେ ଦିଅନ୍ତି ।


ସୁସମ୍ପର୍କ ଗୁରୁ ଶିଷ୍ୟର 

ନାମଟି ରହେ କାଳ କାଳ ।


ଏମିତି ଶିଷ୍ୟଙ୍କୁ ପ୍ରଣାମ

ଉଜ୍ଜ୍ୱଳ ଭବିଷ୍ୟତ କାମନା ।


Rate this content
Log in

Similar oriya poem from Children