STORYMIRROR

Yagnaseni Panda

Inspirational

4  

Yagnaseni Panda

Inspirational

ନୂଆ ସକାଳ ର ମିଠା ସମ୍ପର୍କ 2023

ନୂଆ ସକାଳ ର ମିଠା ସମ୍ପର୍କ 2023

1 min
344


ସ୍ନେହରେ ଗଢ଼େ        ସମ୍ପର୍କ ର ନିଡ଼

        ବ୍ୟବହାର କରେ ଜୀବିତ

ସେବା, ଯତ୍ନରୁ ଯେ     ହୁଏ ଅନୁଭୁତି

      ସ୍ନେହ ପ୍ରେମ କରେ ଉଜ୍ଜୀବିତ।


ଅବିଶ୍ୱାସ ଆଉ       ଅହଂକାରେ ପରା

       ଭାଙ୍ଗି ଯାଏ କେତେ ନିଡ଼

ଭଲ ପାଏ ବୋଲି      ଯେତେ ଚିଲ୍ଲେଇଲେ

      କିଏ ଵା କାହିଁ ଜାଣିବ।


 ଅନୁଭବ ଯେବେ        ଜଣେ ନ କରିବ

      ଅନ୍ୟର ସ୍ନେହ, ପ୍ରୀତି ଓ ମମତା

 କିଲାଭ ଅଛି ସେ         ଭଲପାଇବାର

       ମନେ ଥାଏ ଯାହା ଅଦେଖା।


2022 ମସିହାର        ମିଶାଣ ଫେଡାଣ 

        ପୁଣି ଗୁଣନ ପରେ ହରଣ

ଯାହା ବଳିଥିବ ତାକୁ      ସାଥେ ନେଇ ହେବ

        ସମ୍ପୂର୍ଣ୍ଣ ଆଗତ ଜୀବନ।


ଖୁସି ଶାନ୍ତି ଆଣୁ     ଦୁଇ ହଜାର ତେଇଶି

      ମନେ ଥାଉ ସେଇ ବିଶ୍ୱାସ

ପରସ୍ପର ସୌହାର୍ଦ୍ଦ୍ୟ    ଏମିତି ଥାଉ ରେ

       କୃପା କର ହେ ଜଗନ୍ନାଥ।


ନବ ବରଷ ର       ସକାଳ କିରଣ

       କରିଦେଉ ଖୁସି ମନ

ଶାନ୍ତି, ପ୍ରୀତି ଆଉ     ମୈତ୍ରୀ ସହିତ 

    ଜଣାଏ ନବବର୍ଷର ଅଭିନନ୍ଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational