Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Sahoo

Inspirational

4.1  

Pradeep Kumar Sahoo

Inspirational

ନାରୀ ନୁହେଁ ନାରାୟଣୀ

ନାରୀ ନୁହେଁ ନାରାୟଣୀ

1 min
289



ଶକ୍ତି ସ୍ୱରୂପିଣୀ ତୁ ହି ମା ଜନନୀ

ପରମ ଶାନ୍ତି ଦାୟିନୀ,

ସୃଷ୍ଟି ବିଲୟର ତୁ ଆଦ୍ୟା କାରିଣୀ 

ନାରୀ ନୁହେଁ ନାରାୟଣୀ ।


ସୃଷ୍ଟି କାରିଣୀ ତୁ ଜଗତ ପାଳିନୀ

ସକଳ ଦୁଃଖ ହାରିଣୀ,

ଜନନୀ ଭଗିନୀ ଶାନ୍ତି ପ୍ରଦାୟିନୀ

ତୁ ହିଁ ପ୍ରଳୟ କାରିଣୀ।


ତୁମେ ତ ସାବିତ୍ରୀ,ଅହଲ୍ୟା ଓ କୁନ୍ତି

ନାରୀ ତୋ ରୂପ ଅନେକ,

ତୁମେ ପ୍ରେମ, ପ୍ରୀତି ତୁମେ କ୍ଷମା, ଭୀତି

ତୁମେ ଜଗତ ପାଳକ।


ତୁମେ ତ ଦୁହିତା ଦୁଇକୂଳ ହିତା

ପୁରାଣ ଯୁଗର ସୀତା,

କେବେ ତୁମେ ଲତା କବିର କବିତା

ତୁମେ ତ ଜଗତଜିତା ।


ତୁମ ଯାଦୁକରୀ ପରଶେ ଗୋ ପୁଣି

ଘରଟି ସ୍ବର୍ଗ ପାଲଟେ

ତୁମ ଅବଦାନ କଳନା ନାହିଁ ଗୋ

ମମତାର ନଈ ତଟେ।


ନାରୀ ବିନା ସ୍ଥିତି ନାହିଁ ତ ଜଗତେ

ନାରୀ ହିଁ କାର୍ଯ୍ୟ କାରିଣୀ,

ନାରୀ ରୂପେ ତୁମେ ନାରାୟଣୀ ପୁଣି

ଅସୀମ ଶକ୍ତି ଧାରିଣୀ ।



Rate this content
Log in

Similar oriya poem from Inspirational