STORYMIRROR

Pradeep Kumar Sahoo

Fantasy

4  

Pradeep Kumar Sahoo

Fantasy

ମିଛ ଦୁନିଆ

ମିଛ ଦୁନିଆ

1 min
242


ମିଛ ମିଛ ଏଠି ସବୁ ତ ମିଛ

ମିଛ ଦୁନିଆରେ ସତ ବି ମିଛ ।

ମିଛ ମାୟା ଏଠି ସବୁ ତ ତୁଚ୍ଛ

ମିଛରେ ମିଛରେ ଜୀବନ ଶେଷ ।

ମିଛ ଏଠି ପ୍ରେମ ବନ୍ଧୁତା ମିଛ

ମିଛ ପରିଚୟ ସମ୍ପର୍କ ମିଛ ।

ମିଛ ଦୁନିଆରେ ମିଛ ଟି ସାହା

ମିଛ ଶକତିରେ ଭରିଛି ବାହା ।

ମିଛ ଦୁନିଆରେ ସତ ଅସ୍ପଷ୍ଟ

ମିଛ ନ କହିଲେ ବଞ୍ଚିବା କଷ୍ଟ ।

ମିଛ କହି ଯେତେ ବାଃ ବାଃ ନିଅ

ମିଛୁଆ ଟି ଏଠି ସବୁରି ପ୍ରିୟ ।

ମିଛର ତ ଏଠି ଭାରି ଆଦର

ମିଛ ବିନା ନାହିଁ ତ କାରବାର ।

ମିଛ ରାଜନୀତି ମିଛ ପୀରତି

ମିଛ ଭରିଦିଏ ମନରେ ଭୀତି ।

ମିଛ ଦୁନିଆରେ ସତ ସପନ

ମିଛ କହି ମିଛୁଆଙ୍କ ମନ ଟାଣ ।

ମିଛିମିଛିକା ଏ କଣ୍ଢେଇ ଖେଳ

ମିଛ ବଡପଣ ତୋ କେତେ କାଳ ?

ମିଛ ବଳେ ନ ହୁଅ ବଳିୟାନ

ମିଛ ପତିଆରା ଅଳପ ଦିନ ।

ମିଛ କହିଥିଲେ ଗୋଟିଏ ଥର

ମିଛ ଲାଗିଥିବ ପରକୁ ପର ।

ମିଛେ ଅରଜୁଛୁ ଧନ ସମ୍ପଦ

ମିଛ ବାଟ ଚଲା ଭାରି ବିପଦ ।

ମିଛ ଭଣ୍ଡାମିରେ ନ ପଡ ମନ

ମିଛ କହି ଖସିବୁ କେତେ ଦିନ ?

ମିଛର ଆୟୁଷ ଅଳପେ ସରେ

ମିଛୁଆ ଲୋକଙ୍କୁ କିଏ ପଚାରେ ?

ମିଛ ରହିନାହିଁ ଚିର କାଳର

ମିଛ ହଟିଗଲେ ଫିଟେ ଗୁମର ।

ମିଛକୁ କରିବା ଦୁରୁ ଜୁହାର

ମିଛୁଆଙ୍କୁ ଲୋଡା ଜୋତା ପାହାର ।

ମିଛ ଦୁନିଆରେ ଗୋଟିଏ ସତ

ମିଛ ଧର ପ୍ରଭୁ ମୋ ଜଗନ୍ନାଥ।


Rate this content
Log in

Similar oriya poem from Fantasy