ଜଗନ୍ନାଥ ତୁମେ ପରଂବ୍ରହ୍ମ
ଜଗନ୍ନାଥ ତୁମେ ପରଂବ୍ରହ୍ମ
ଆହେ ଜଗନ୍ନାଥ ତୁମେ ପରଂବ୍ରହ୍ମ
ଷୋଳ କଳା ଗଢା ତୁମେ ପୂର୍ଣ୍ଣ ବ୍ରହ୍ମ
ଅଗତିର ଗତି ଆହେ ନାଦ ବ୍ରହ୍ମ
କଳା ଠାକୁର ହେ ପ୍ରଭୁ ଦାରୁ ବ୍ରହ୍ମ ।
ସତ୍ୟ ଯୁଗେ ତୁମେ ପ୍ରଭୁ ନାରାୟଣ
ତ୍ରେତୟାରେ ଅବତାର ତୁମେ ରାମ
ଦ୍ୱାପରରେ ଲୀଳା ତୁମ କୃଷ୍ଣ ପ୍ରେମ
କଳୀକାଳରେ ବସିଛ ପୁରୀ ଧାମ ।
ଦୁଃଖ ହାରୀ ତୁମେ ହେ ଜଗତ ପତି
ତୁମ ବିନା ନାହିଁ ମୋର ଆନ ଗତି
ତୁଣ୍ଡ ଗାଉ ଥାଉ ତୁମ ନାମ ନିତି
ତୁମ ମୁଖ ଚାହିଁ ଦିନ ଯାଉ ବିତି ।
ତୁମ କରୁଣାରୁ ପଙ୍ଗୁ ଲଂଘେ ଗିରି
ତୁମେ କରୁଣାବ
ତାର ଆହେ ହରି
ଦିଅ ବରଷାଇ ତବ କୃପା ବାରି
ଭବ ସାଗରୁ ଯାଉ ଏ ଜୀବ ତରି ।
ସର୍ବ ଧର୍ମ ତୁମ ଠାରେ ଏକତ୍ରିତ
ବଡ ଦେଉଳେ ଉଡେ ପତିତ ନେତ
ନାହିଁ ତୁମ ପାଶେ ଜାତି ଧର୍ମ ଭେଦ
ଦରଶନ ପାଇଁ ତବ ରଥଯାତ ।
ତୁମେ ସକଳ ଠାକୁର ଜଗନ୍ନାଥ
ତୁମ ଆଦେଶରେ ପୃଥ୍ବୀ ଆତଯାତ
ତୁମ ଇଚ୍ଛାମତେ ଚାଲେ ଏ ଜଗତ
ତୁମେ ମୁକ୍ତି ଦାତା ହେ କଳା ସାଆନ୍ତ ।
ତୁମ ଦାଣ୍ଡ ବଡ ଦାଣ୍ଡ ଦୁନିଆର
ତୁମେ ଠାକୁର ହେ ବଡ ଦେଉଳର
ମୁକ୍ତି ପାଇଁ ଖୋଲା ତୁମ ସ୍ବର୍ଗ ଦ୍ବାର
ପ୍ରଭୁ ଉଦ୍ଧାର କର ଏ ପତିତର ।