ଶିଶୁଟିଏ ମୁଁ ଶିଶୁଟିଏ
ଶିଶୁଟିଏ ମୁଁ ଶିଶୁଟିଏ
ଶିଶୁଟିଏ ମୁଁ ଶିଶୁଟିଏ
ତୁମ ବଗିଚାର କଢ଼ଟିଏ
ଭଲ କରି ମୋତେ ଯତନ କରିବ
ଫୁଟିବି ହୋଇ ମୁଁ ଫୁଲଟିଏ
ଶିଶୁଟିଏ ମୁଁ ଶିଶୁଟିଏ ।
ଶିଶୁଟିଏ ମୁଁ ଶିଶୁଟିଏ
କଁଅଳ ନିଷ୍ପାପ ମନଟିଏ
ଅନ୍ତରେ ଭରିଛି ଅନେକ ଶକତି
ସମ୍ଭାବନାର ଆଶାଟିଏ
ଶିଶୁଟିଏ ମୁଁ ଶିଶୁଟିଏ ।
ଶିଶୁଟିଏ ମୁଁ ଶିଶୁଟିଏ
ନୀଳ ଆକାଶର ପକ୍ଷୀଟିଏ
ଉଡିବାକୁ ଚାହେଁ ଡେଣା ଝାଡି ମୁହିଁ
ବାଳୁତ ସୁରୁଜ ଶିଖାଟିଏ
ଶିଶୁଟିଏ ମୁଁ ଶିଶୁଟିଏ ।
ଶିଶୁଟିଏ ମୁଁ ଶିଶୁଟିଏ
ଅକୁହା ପ୍ରଶ୍ନର ଗୁଚ୍ଛଟିଏ
ଉ
ତ୍ତର ଖୋଜି ମୁଁ ବାଟ ଚାଲୁଥାଏ
ଅସରା ପଥର ସାଥିଟିଏ
ଶିଶୁଟିଏ ମୁଁ ଶିଶୁଟିଏ ।
ଶିଶୁଟିଏ ମୁଁ ଶିଶୁଟିଏ
ଶିଶୁ ରାଇଜର ରଜାଟିଏ
ରାଇଜ ମୋହର ମୋ ମନ ସହର
ଭାବନା ରାଇଜେ ଘୁରୁଥାଏ
ଶିଶୁଟିଏ ମୁଁ ଶିଶୁଟିଏ ।
ଶିଶୁଟିଏ ମୁଁ ଶିଶୁଟିଏ
ସ୍ରଷ୍ଟାଙ୍କ ହାତର ସୃଷ୍ଟିଟିଏ
ମାରିଦିଅ ନାହିଁ ଜନ୍ମିବା ଆଗରୁ
ବଞ୍ଚିବାକୁ ଚାହେଁ ଦୁନିଆରେ
ଶିଶୁଟିଏ ମୁଁ ଶିଶୁଟିଏ ।
ପୁଅ ହେଉ ଅବା ଝିଅଟିଏ
ତୁମରି ଘରର ଦୀପଟିଏ
ହତାଦର କେବେ କରିବନି ମୋତେ
ଆଲୋକ ବୁଣିବି ଦୁନିଆରେ
ଶିଶୁଟିଏ ମୁଁ ଶିଶୁଟିଏ ।।