ଜାନୁୟାରୀ ଛବିଶି ଆସିଛି
ଜାନୁୟାରୀ ଛବିଶି ଆସିଛି
1 min
297
ଆସିଛିରେ ଆସିଛି
ଜାନୁୟାରୀ ଛବିଶ ଆସିଛି,
ଗଣତନ୍ତ୍ର ଦିବସ ଯେ
ଦେଶ ଆଜି ପାଳୁଛି ।
କେତେ ବାଜା ବାଜୁଛି
ସାଜ ସଜ୍ଜା ହେଉଛି,
ସମସ୍ତଙ୍କ ମନ ଆଜି
ଖୁସିରେ ତ ନାଚୁଛି।
ଫିରିଙ୍ଗି ତ ଯାଇଛି
ଦେଶ ଛାଡ଼ି ଯାଇଛି,
ଶୋଷଣ ଓ ଅତ୍ୟାଚାର
ମନୁ ଲିଭି ଯାଇଛି ।
ଆମ ନେତ ତ୍ରିରଙ୍ଗା
ଫର ଫର ଉଡୁଛି,
ନୀଳ କନ୍ଦରରେ ବସି
ଚକା ଆଖି ହସୁଛି।
ଧନ୍ୟ ସେ ଆମ୍ବେଦକର
ତାଙ୍କୁ କୋଟି ପ୍ରଣାମ,
ଦେଖାଇଲେ ନୂଆ ବାଟ
ରଚିଲେ ସମ୍ବିଧାନ ।
ଉଣେଇଶ ପଚାଶ
ଜାନୁୟାରୀ ଛବିଶ,
କାର୍ଯ୍ୟକାରୀ ସମ୍ବିଧାନ
ଗଣ ତନ୍ତ୍ର ଦିବସ।
ଆମ ହାତେ ଶାସନ
ନେତା ମନ୍ତ୍ରୀ ଆସନ
କରୁଛୁ ନିର୍ବାଚନ
ଆମେ ଚଳlଉଛୁ ଏବେ
ଆମ ଦେଶ ଶାସନ ।
