STORYMIRROR

Pradeep Kumar Sahoo

Inspirational

4.3  

Pradeep Kumar Sahoo

Inspirational

ଗୁରୁ

ଗୁରୁ

1 min
320



ଜନନୀ କୋଳରୁ ଜନମିଲା ପରେ

ଟିକି ହାତ ମୋ ଧରିଲ,

ଅଜ୍ଞାନ ଅନ୍ଧାର ଦୂର କରିବାକୁ

ଜ୍ଞାନ ରାଇଜକୁ ନେଲ ।


ହାତ ଧରି କେତେ କଥା ଶିଖାଇଲ 

ନଈ, ନାଳ, ଜହ୍ନ, ତାରା,

ଅ, ଆ ଠାରୁ ହ, କ୍ଷ ଯାଏଁ

ଜ୍ଞାନର ସରିତ ଧାରା ।


ଗପ ,ଗୀତ ଛଳେ ବୁଝାଇ କହିଲ

କେତେ ହିତ ଉପଦେଶ,

ହସାଇ ଖେଳାଇ କେତେ ଶିକ୍ଷା ଦେଲ

ଜୀବନ କଲ ସରସ ।


ସତ୍ୟ ପଥେ ଧର୍ମ ପଥେ ଯିବା ପାଇଁ 

ମନେ ମୋ ଭରିଲ ବଳ

ବିଭୁ ପଦେ ଲୟ ରଖି କର୍ମ କଲେ

ନିଶ୍ଚୟ ପାଇବ ଫଳ ।


ବୁଝାଇଲ ମୋତେ ଫୁଲରେ କିଏସେ

ଭରି ଦେଇଅଛି ବାସ,

ଟିକି ଶିଶୁଟିର ନାଲିଆ ଓଠରେ

ଚେନାଏ ନାଲିଆ ହସ ।


ମେଘରୁ ବରଷା ହୁଅଇ କିପରି

କୋଉଠୁ ସେ ଜଳ ଆସେ,

ଗଛରୁ ଫଳଟା ଛିଡି ଗଲାପରେ

କାହିଁକି ତଳକୁ ଖସେ ।

 

ଦୂରଦର୍ଶନରୁ ମୋବାଇଲ ଯାଏଁ 

ଯନ୍ତ୍ର ଜଗତର କଥା,

ଗଣିତ, ଭୂଗୋଳ, ପୋଥି କି ପୁରାଣ

ଭାଗବତ ଆଉ ଗୀତା ।


ତୁମେ ପରା ମୋର ପୂଜ୍ୟ ଗୁରୁଦେବ

ତୁମ ପଦେ ଲୟ ଥାଉ,

ତୁମେ ହିଁ ମୋ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର

ତୁମ ସରି କିଏ ଆଉ !


         


Rate this content
Log in

Similar oriya poem from Inspirational